ତିନି ବର୍ଷ ଧରି ପେନସନ ପାଇଁ ସରକାରୀ ଅଫିସ ଘୁରି ବୁଲିଲେ ମୃତବ୍ୟକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଗତ ତିନି ବର୍ଷ ହେଲା ଜଣେ ମୃତବ୍ୟକ୍ତି ବୃଦ୍ଧାବସ୍ଥା ପେନସନ ପାଇବା ପାଇଁ ଅଧିକାରୀଙ୍କ ଚକ୍କର କାଟୁଛନ୍ତି । ଏହି ଘଟଣା ଉଚ୍ଚ ଅଧିକାରୀ ଜାଣିବା ପରେ ସମାଜ କଲ୍ୟାଣ ବିଭାଗ ବର୍ତ୍ତମାନ ନିଜର ଭୁଲ ସୁଧାରିବା ପାଇଁ ଲାଗିପଡିଛି । ଯଦିଓ ଏହାସହ ସମ୍ବନ୍ଧିତ ଅଫିସର ଏପରି କରିଛନ୍ତି କିନ୍ତୁ ତାଙ୍କୁ ପୁରୁଣା ତାରିଖରୁ ପେନସନ ବଦଳରେ ନୂଆଭାବେ ଆବେଦନ କରିବା ପାଇଁ ସେ ପ୍ରସ୍ତାବ ଦେଉଛନ୍ତି ।

Image result for story-dead-wandering-for-pension-for-last-3-years-know-the-whole-matter

ସୂଚନା ଅନୁଯାୟୀ କଲ୍ୟାଣପୁର ବ୍ଲକ ବୈକୁଣ୍ଠପୁର ଗ୍ରାମର ମୋହନ ଲାଲ (୭୦) ସୋମବାର ଦିନ ନିଜ ଭଣଜା ହରିଶଙ୍କର ଏବଂ ନାତି ବିନୋଦ ସହିତ ସମାଜ କଲ୍ୟାଣ ବିଭାଗରେ ପହଂଚି ନିଜେ ଜୀବିତ ଥିବାର ପରିଚୟ ଦେଇଥିଲେ । ତାଙ୍କ କହିବା ଅନୁଯାୟୀ ସେ ୨୦୧୩ରେ ବୃଦ୍ଧାବସ୍ଥା ପେନ୍ସନ ପାଇଁ ଆବେଦନ କରିଥିଲେ । ଏବଂ ୨୦୧୬ ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ତାଙ୍କୁ ୩୦୦ ଲେଖାଏଁ ମାସିକ ଭତ୍ତା ମଧ୍ୟ ମିଳିଥିଲା କିନ୍ତୁ ଏହାପରେ ବନ୍ଦ ହୋଇଗଲା । ଏହି ବିଷୟରେ ତଦନ୍ତ କଲାପରେ ଜଣାପଡିଲା ଯେ ୨୦୧୬ ଅଗଷ୍ଟ ୯ ତାରିଖରେ ଖଣ୍ଡ ବିକାଶ ଅଧିକାରୀ ଏକ ରିପୋର୍ଟ ଦେଇଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶା ଯାଇଥିଲା ଓ ସେଥିପାଇଁ ତାଙ୍କର ପେନସନ ବନ୍ଦ କରି ଦିଆଯାଇଥିଲା ।

ଏହାସହ ପଢନ୍ତୁ ଟପିଗଲେ ନିଷ୍ଠୁରତାର ସୀମା, ପିଲାଚୋରି ସନ୍ଦେହରେ ମାନସିକ ବିକୃତି ଥିବା ମହିଳାଙ୍କୁ ପିଟି ପିଟି ଫାଡ଼ିଦେଲେ ଲୁଗା ଏବଂ ତମାଶା କରି ବନାଇଲେ ଭିଡିଓ

ଭଣଜା ହରିଶଙ୍କର କହିଛନ୍ତି କି ଗତ ତିନିବର୍ଷ ହେଲା ସେ ଅଧିକାରୀଙ୍କୁ ତାଙ୍କ ଚାଚା ଜୀବିତ ଥିବାର ପ୍ରମାଣ ଦେଇ ଆସୁଛନ୍ତି । ଏହାପରେ ମଧ୍ୟ ତାଙ୍କୁ ପେନସନ ମିଳିପାରୁନାହିଁ । ଭଣଜାଙ୍କର ଆରୋପ ହେଉଛି ସେ ଉଚ୍ଚ ଅଧିକାରୀଙ୍କ ନିକଟରେ ଏହାର ଅଭିଯୋଗ କରିବାପରେ ସେମାନେ ଘଟଣାଟିକୁ ଦବାଇଦେବାକୁ ଉଦ୍ୟମ କରୁଛନ୍ତି । ଏପଟେ କର୍ମଚାରୀ କହୁଛନ୍ତି କି ‘ ପୁରୁଣା ପେନସନକୁ ଭୁଲିଯାଅ, ଯଦି ପେନସନ ଦରକାର ତାହେଲେ ନୂଆ ଆବେଦନ କର । ପୁରୁଣା ଘଟଣାର ଫାଇଲକୁ ଖୋଜିବାକୁ ପଡିବ, ଜଣାନାହିଁ ଏହିଭଳି କେତେ ଫାଇଲ ପଡ଼ିରହିଛି ‘ ।

ଜିଲ୍ଲା ସମାଜ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ଯାଞ୍ଚ କରିବା ପାଇଁ ଆଦେଶ ଦିଆଯାଇଛି । ଯଦି ଏହା ସତ ହୋଇଥାଏ ତାହେଲେ ବୃଦ୍ଧଙ୍କର ପେନସନ ଚାଲୁ କରିଦିଆଯିବ ।