ଏପରି ଥରେ ପ୍ରସ୍ତୁତ କରନ୍ତୁ ଚିକେନ, ସ୍ୱାଦ ଏମିତି ଆସିବ ପାଟିରୁ ଛାଡିବନି

ଆବଶ୍ୟକ ସାମଗ୍ରୀ

  • ୮-୧୦ଟି ଚିକେନ ପିସ୍‌
  • ୧ କପ୍‌ ଧନିଆ ପତ୍ର
  • ୧ କପ୍‌ ପୋଦିନା ପତ୍ର
  • ୧ ଚାମଚ ମେଥି ଦାନା
  • ୨ଟି କଞ୍ଚା ଲଙ୍କା
  • ୫-୬ଟି କାଜୁ
  • ୧/୨ କପ୍‌ ତେଲ
  • ୧ଟି ତେଜ ପତ୍ର
  • ୧ ଅଳେଇଚ
  • ୨ ଚାମଚ ଅଦା-ରସୁଣ ପେଷ୍ଟ
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ୧ ଚାମଚ ଧନିଆ ପାଉଡର

ହାଇଦ୍ରାବାଦୀ ଗ୍ରୀନ ଚିକେନ ପାଇଁ ପ୍ରସ୍ତୁତି ପ୍ରଣାଳୀ

ହାଇଦ୍ରାବାଦୀ ଗ୍ରୀନ୍‌ ଚିକେନ ବନାଇବା ପାଇଁ ସର୍ବପ୍ରଥମେ ଏକ ବ୍ଲେଣ୍ଡରରେ ଧନିଆ ପତ୍ର, ମେଥି ଦାନା, କଞ୍ଚା ଲଙ୍କା, ପୋଦିନା ପତ୍ର, କାଜୁ ଏବଂ ଦହି ପକାଇ ତାର ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଏହି ପେଷ୍ଟକୁ ଧୋଇକି ରଖିଥିବା ଚିକେନ ପିସରେ ପକାଇ ଭଲଭାବେ ମିକ୍ସ କରି ମ୍ୟାରିନେଟ କରନ୍ତୁ। ଏହାପରେ ଏକ ପ୍ୟାନରେ ଅଳ୍ପ ତେଲ, ତେଜ ପତ୍ର, ଡାଲଚିନି, ଅଳେଇଚ, ଅଦା ଏବଂ ରସୁଣ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଏହାପରେ କଟା ହୋଇଥିବା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲା ପରେ ଏଥିରେ ମ୍ୟାରିନେଟ ହୋଇଥିବା ଚିକେନକୁ ପକାଇ କିଛି ସମୟ ପର୍ଯ୍ୟନ୍ତ ସିଝିବାକୁ ଛାଡନ୍ତୁ। ଏହାପରେ ଏଥିରେ ଗରମ ମସଲା, ଲାଲ ଲଙ୍କା ପାଉଡର, ଲୁଣ, ଧନିଆ ପାଉଡର ଏବଂ ଗୋଲମରୀଚ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାକୁ ଅଳ୍ପ ଦେଇ ପାଣି ଦେଇ ଫୁଟିବା ପାଇଁ ଛାଡି ଦିଅନ୍ତୁ। ଏବଂ ଶେଷରେ ଧନିଆ ପତ୍ରରେ ଗାର୍ନିସ କରି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.