ବିତିଗଲାଣି ୧୨ ଘଣ୍ଟାରୁ ଅଧିକ ସମୟ, ଏପର୍ଯ୍ୟନ୍ତ ମିଳିନି ନିଖୋଜ ୫ ବର୍ଷ ନାବାଳକର ପତ୍ତା
ରାୟଗଡା(କେନ୍ୟୁଜ୍): ନିଖୋଜ ୫ ବର୍ଷ ନାବାଳକର ଏପର୍ଯ୍ୟନ୍ତ ମିଳିନି ପତ୍ତା। ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପଡ଼େଶୀ ଆନ୍ଧ୍ରପ୍ରଦେଶର ଏଲୁରୁ ଅଞ୍ଚଳରୁ ଆସିଥିବା କିଛି ପର୍ଯ୍ୟଟକ ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଗାଧୋଇବାକୁ ଯାଇଥିଲେ ।
ଏହି ସମୟରେ ଜଳସ୍ରୋତରେ ଭାସି ଯାଇଥିଲେ ଗୋପାଳ କୃଷ୍ଷ ଓ ତାଙ୍କ ତିନି ପୁଅ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ତେବେ ୫ବର୍ଷର ଶିଶୁ ଫସିରହିବା ପରେ ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ବାପା ନଦୀକୁ ଡେଇଁଥିଲେ ।
ଶିଶୁର ବାପାଙ୍କୁ ମଧ୍ୟ ଅଗ୍ନିଶମ ବାହିନୀ ଅଧିକାରୀ ଉଦ୍ଧାର କରିଥିଲା। କିନ୍ତୁ ଶିଶୁ ଜଣକ ନିଖୋଜ ରହିଛି। ୧୨ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିଖୋଜ ନାବାଳକର ପତ୍ତା ମିଳିପାରିନାହିଁ। ଅଗ୍ନିଶମ ବିଭାଗ ନାଗାବଳୀ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।