ସୋନାଲିଙ୍କର ଆଜି ହେବ ଅନ୍ତିମ ସଂସ୍କାର, ସେପଟେ ପଚରାଉଚରା ପାଇଁ ଦୁଇ ସହଯୋଗୀଙ୍କୁ ଡାକିଲା ଗୋଆ ପୋଲିସ

ବିଗବସ୍‌ ଫେମ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି, ଯେଉଁଥିରେ ସୋନାଲିଙ୍କ ମୃତ ଶରୀରରେ କ୍ଷତ ଚିହ୍ନ ଥିବା ସ୍ପଷ୍ଟ ହୋଇଛି। ତାଙ୍କ ଶରୀରରେ ପଞ୍ଚର ବି ଚିହ୍ନ ରହିଛି। ସୋନାଲିଙ୍କର ମୃତ୍ୟୁ ସ୍ୱାଭାବିକ ନୁହେଁ ହତ୍ୟା ବୋଲି ସମସ୍ତେ ଜାଣିଛନ୍ତି। ସୋନାଲିଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ତାଙ୍କ ପରିବାର ଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ ଆଇପିସି ଧାରା ୩୦୨ ଅଧିନରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ଆଜି ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ଦିଆଯିବ।

ସୋନାଲିଙ୍କ ମୃତ୍ୟୁରେ ଗୋଆ ପୋଲିସ ତାଙ୍କ ସହଯୋଗୀ ସୁଧୀର ସାଙ୍ଗବାନ ଏବଂ ସୁଖବିନ୍ଦରଙ୍କୁ ପୋଲିସ ଷ୍ଟେସନକୁ ପଚରାଉଚରା ପାଇଁ ଡକାଇଥିଲା। ଗୋଆ ଆଇଜି ଓମବୀର ବିଶ୍ନୋଇ କହିଛନ୍ତି, ସୋନାଲିଙ୍କ ଏହି ଦୁଇ ସହଯୋଗୀଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଛି।ସୋନାଲିଙ୍କ ଭାଇ ରିଙ୍କୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ କି, ତାଙ୍କ ଭଉଣୀ ସୋନାଲିଙ୍କୁ ତାଙ୍କ ସହାୟକ ସୁଧୀର ସାଙ୍ଗବାନ ଏବଂ ସୁଖବିନ୍ଦର ଦୁଷ୍କର୍ମ କରିବା ପାଇଁ ସମ୍ପତ୍ତି ଯୋଗୁଁ ହତ୍ୟା କରିଛନ୍ତି।

ସୋନାଲି ଫୋଗଟଙ୍କ ପିଏ ତାଙ୍କ ଖାଦ୍ୟରେ ନିଶା ପଦାର୍ଥ ମିଶାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏହା ସହିତ ସୋନାଲିଙ୍କୁ ଜାଣିଶୁଣି ଫସାଇବା ପାଇଁ ଗୋଆ ଟ୍ରିଫର ପ୍ଲାନ କରାଯାଇଥିଲା। କୌଣସି ଫିଲ୍ମର ସୁଟିଂ ନଥିଲା। ହୋଟେଲରେ କେବଳ ଦୁଇଟି ରୁମ୍‌ ବୁକ୍‌ ଥିଲା। ଫିଲ୍ମର ସୁଟିଂ ୨୪ ଅଗଷ୍ଟରେ ହେବାର ଥିଲା କିନ୍ତୁ ହୋଟେଲରେ କେବଳ ଦୁଇଟି ରୁମ୍‌ ୨୧ ଓ ୨୨ ଅଗଷ୍ଟରେ ବୁକ୍‌ ହୋଇଥିଲା।

ତେଣୁ ପୋଲିସ ଏହି ଦୁଇ ସହଯୋଗୀଙ୍କୁ ଡାକି ପଚରାଉଚରା କରୁଛି। ତା’ ପରେ ସତ କ’ଣ ଜଣାପଡିଛି। ସୂଚନା ମୁତାବକ, ସୋମବାର ରାତିରେ ଗୋଆରେ ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସୋନାଲି ଫୋଗଟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୋଆ ବୁଲିବାର ପ୍ଲାନ କରିଥିଲେ। ସୋନାଲି ନିଜ ସଚିବ ସୁଧୀର ସାଙ୍ଗବାନ ଏବଂ ତାଙ୍କ ଟିମ୍‌ ସହିତ ଗୋଆ ଯାଇଥିଲେ। ସୋନାଲିମୃତ୍ୟୁ ପୂର୍ବରୁ  ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାଖାପାଖି ୧୩ ଘଣ୍ଟା ପୂର୍ବରୁ ଏକ ଭିଡିଓ ଅପଲୋଡ କରିଥିଲେ।

 

Also Read : ନଓ୍ଵାଜଙ୍କ ଜବରଦସ୍ତ ଟ୍ରାନ୍ସଫରମେସନ, ଆସିଲା ଫିଲ୍ମ ‘ହଡ୍ଡି’ର ଫାଷ୍ଟ ଲୁକ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.