ମିଠା ଖାଇବାକୁ ମନ ହେଉଛି କି, ତେବେ ୨୦ ମିନିଟରେ ଏପରି ପ୍ରସ୍ତୁତ କରନ୍ତୁ ସୁଜି ଖିରୀ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୪ ବଡ ଚାମଚ୍‌ ସୁଜି
୪ ବଡ ଚାମଚ୍‌ ଚିନି
୧ ବଡ ଚାମଚ କାଜୁ
୧ ବଡ ଚାମଚ କିସମିଶ୍‌
୨ ବଡ ଚାମଚ୍‌ ଘିଅ
୨ କପ୍‌ କ୍ଷୀର
୧ ବଡ ଚାମଚ୍‌ ବାଦାମ୍‌
୧ ବଡ ଚାମଚ୍‌ ପିସ୍ତା
ଅଳ୍ପ ଅଳେଇଚ ପାଉଡର

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନ ନେଇ ସେଥିରେ ଏକ ଚାମଚ୍‌ ଘିଅ ଗରମ କରନ୍ତୁ। ଏଥିରେ କଟା ବାଦାମ୍‌, ପିସ୍ତା, କାଜୁ ଏବଂ କିସମିଶ୍‌ ପକାନ୍ତୁ। ୨-୩ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଘିଅରେ ଭାଜନ୍ତୁ। ଏବେ ଭାଜି ହୋଇଥିବା ଖୁଆକୁ ଏକ ଗିନାରେ ବାହାର କରିଦିଅନ୍ତୁ। ସେହି ପ୍ୟାନରେ ୧ ଚାମଚ୍‌ ଘିଅ ପକାନ୍ତୁ। ସୁଜି ପକାଇ ମିଡିୟମ୍‌ ଫ୍ଲେମରେ କିଛି ସମୟ ଭାଜନ୍ତୁ। ଯେତେ ପର୍ଯ୍ୟନ୍ତ ଏହା ଗୋଲଡେନ୍‌ ବ୍ରାଉନ୍‌ ନ ହୋଇଛି ସେତେ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ପ୍ୟାନରେ କ୍ଷୀର ଏବଂ ଚିନି ପକାନ୍ତୁ। କ୍ଷୀର ଫୁଟି ଗଲା ପରେ ଏଥିରେ ଖୁଅ ମିଶାଇବା ସହିତ ଅଳେଇଚ ପାଉଡର ମିଶାନ୍ତୁ। ଏହାକୁ ୨ରୁ୩ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କ ସୁଜି କ୍ଷୀରି ସର୍ଭ କରିବାକୁ ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.