ଆଜି ସନ୍ଧ୍ୟାରେ ଘରେ ବନେଇ ପିଲାଙ୍କୁ ଦିଅନ୍ତୁ “ଷ୍ଟ୍ରିଟ ଷ୍ଟାଇଲ ଗ୍ରୀଲଡ ପନିର ସାଣ୍ଡଓ୍ଵିଚ୍‌”

ବଜାରରେ ହେଉ ଅବା ଘରେ ହେଉ ଆପଣ ଅନେକ ଥର ସାଣ୍ଡଓ୍ଵିଚ୍‌ କିଣି ଖାଇଥିବେ । ଏମିତିରେ ସାଣ୍ଡଓ୍ଵିଚ୍‌ ଦେହ ପାଇଁ ଯେମିତି ଭଲ ଏହାକୁ ପ୍ରସ୍ତୁତ କରିବା ବି ସେତିକି ସହଜ । ମାତ୍ର କିଛି ମିନିଟ ଭିତରେ ଅଳ୍ପ କିଛି ଜିନିଷରେ ଏହାକୁ ବନାଇ ହେବ । ସାଣ୍ଡଓ୍ଵିଚ୍‌ ଗୋଟେ ଏମିତି ଜଳଖିଆ ଯାହାକି ଚାହା ହେଉ ଅବା କଫି ସବୁଥି ସହ ଭଲ ଲାଗିଥାଏ । ଏମିତିରେ ଆଳୁ, ଚିଜ, ଭେଜ ପରି ଅନେକ ଭେରାଇଟିର ସାଣ୍ଡଓ୍ଵିଚ୍‌ ବଜାରରେ ମିଳୁଛି । କିନ୍ତୁ ଚାହିଁଲେ ଆପଣ ଘରେ ଖୁବ କମ ସମୟରେ ଓ ସହଜରେ ଗ୍ରୀଲଡ଼ ସାଣ୍ଡଓ୍ଵିଚ୍‌ ବନେଇ ଖାଇପାରିବେ । ଏହା ଖୁବ ପୁଷ୍ଟିକର ଓ ବନେଇବା ବି ଖୁବ ସହଜ । ତେବେ ଆସନ୍ତୁ ଜାଣିବା ଘରେ କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକୀୟ ସାମଗ୍ରୀ:

କିଛି ପିସ ବ୍ରେଡ

ଅଧା କପ କୋରା ଯାଇଥିବା ପନିର

ଗୋଟେ ଟମାଟୋ

ଗୋଟେ ପିଆଜ

୨ ଟି କଞ୍ଚା ଲଙ୍କା

ଅଧା ଚାମଚ ଲଙ୍କା ଗୁଣ୍ଡ

ସ୍ୱାଦ ଅନୁସାରେ ଲୁଣ

ଦରକାର ଅନୁଯାୟୀ ବଟର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପିଆଜ, ଲଙ୍କା, ଟମାଟୋକୁ ଟିକ୍ ଟିକ କରି କାଟିଦିଅନ୍ତୁ । ଏବେ ପନିର, ପରିବା, ଲୁଣ, ଲଙ୍କା ଗୁଣ୍ଡ ଆଦିକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ଏବେ ଆଉ ଏକ ସ୍ଥାନରେ ରଖିଦିଅନ୍ତୁ । ଏବେ ଏହି ମିଶ୍ରଣକୁ ବ୍ରେଡ ଭିତରେ ରଖି ସାଣ୍ଡଓ୍ଵିଚ୍‌ ଟୋଷ୍ଟରରେ ରଖିଦିଅନ୍ତୁ । ସାଣ୍ଡଓ୍ଵିଚ୍‌ ହାଲୁକା ବାଦାମୀ ଓ କ୍ରିସପି ରଙ୍ଗର ନହେବା ପର୍ଯ୍ୟନ୍ତ ଟୋଷ୍ଟର ଭିତରେ ହିଁ ରଖନ୍ତୁ । ଏବେ ପସନ୍ଦ ଅନୁସାରେ ଟମାଟୋ ସସ ସହିତ ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ । ଏହି ସାଣ୍ଡଓ୍ଵିଚ୍‌କୁ ଆପଣ ପିଲାଙ୍କ ପାଇଁ ଟିଫିନରେ ଖୁବ ସହଜରେ ବନେଇ ପାରିବେ । ଟ୍ରେନରେ କେଉଁଠିକି ଯାତ୍ରା କରୁଥିବା ସମୟରେ ବି ସାଙ୍ଗରେ ନେଇ ଜାରିପାରିବେ । ବଜାରରୁ କିଣି ଖାଇବା ଅପେକ୍ଷା ଘରେ ନିଜେ ପ୍ରସ୍ତୁତ କରି ଖାଆନ୍ତୁ ଓ ଖୁଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.