ବାଇକକୁ ସାମ୍ନା ପଟୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌, ନଣଦେଇ ମୃତ ଓ ଭାଉଜ ଆହତ

ଉଦଳା (କେନ୍ୟୁଜ୍‌) : ନିଜ ବାପଘରକୁ ସଂପର୍କୀୟ ନଣଦେଇ ସହିତ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ନଣଦେଇଙ୍କ ଜୀବନ,ଭାଉଜ ଗୁରୁତର । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କାଲାଡାହି ଛକ ନିକଟରେ । ଆଜି ସକାଳେ ଖଲାଡି ଗାଁର ପୂଜା ଦେହୁରୀ ନିଜର ୧୦ ବର୍ଷର ଝିଅ ଦେବକୀକୁ ସାଙ୍ଗରେ ଧରି ନଣଦେଇ ବାବୁରାମ ବେହେରା ସହିତ ବାଲେଶ୍ୱର ଜିଲ୍ଲା ଛତ୍ରପୁରରେ ତାଙ୍କ ବାପଘରକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପରିବା ବୋଝେଇ ପିକଅପ ଭ୍ୟାନ୍‌ ସେମାନଙ୍କୁ ଧକ୍କା ଦେଇଥିଲା ।

ଉଦଳା ଅଭିମୁଖେ ଆସୁଥିବା ଏହି ଗାଡ଼ି କାଲାଡାହି ଛକ ନିକଟରେ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ବାବୁରାମ ଗାଡିରୁ ଛିଟିକି ପଡି ପୋଲ ତଳେ ପଡ଼ି ଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବାଇକରେ ଥିବା ପୂଜାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ମୁଣ୍ଡର ଗଭୀର ଆଘାତ ଲାଗିଛି । ହାତ ମଧ୍ୟ ଭାଙ୍ଗି ଯାଇଛି ।

ଖବର ପାଇ କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକଅପକୁ ଜବତ କରିଛି । ପିକଅପ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଅନ୍ଯପଟେ ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହକୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ପଠାଇଛନ୍ତି । ଗୁରୁତର ପୂଜାଙ୍କୁ ଚିକିତ୍ସା ନିମେନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.