Below header

ତ୍ୱଚା ପାଇଁ ରାମବାଣ ହେଉଛି ଚା’ ପତି, ଏହି ସମସ୍ୟାରୁ ମିଳଥାଏ ମୁକ୍ତି

ଲୋକେ ସାଧାରଣତଃ ଦିନର ଆରମ୍ଭ ଚା’ରୁ କରିଥାନ୍ତି । ଏହାଦ୍ୱାରା ଶରୀରରେ ଫୁର୍ତ୍ତି ଆସିଥାଏ । ହେଲେ ଆପଣ ଜାଣନ୍ତି କି ଚା’ ପତି ଯୋଗୁ ଆପଣ ଗ୍ଲୋଇଂ ସ୍କିନ ପାଇପାରିବେ । ଆପଣଙ୍କ ତ୍ୱଚାକୁ ସୁନ୍ଦର କରିପା ପାଇଁ ଚା’ ପତିର ବ୍ୟବହାର କରିପାରିବେ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ । ଯାହା ଡେଡ୍‌ ସ୍କିନ ସେଲକୁ ରିମୁଭ କରିଥାଏ । ଆସନ୍ତୁ ଜାଣିବା ଗ୍ଲୋଇଙ୍ଗ ସ୍କିନ୍‌ ପାଇଁ ଆପଣ ଚା’ପତିକୁ କେମିତି ବ୍ୟବହାର କରିବେ ।

ଏମିତି କରନ୍ତୁ ଚା’ ପତିର ବ୍ୟବହାରର

ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଚା’ ପତିର ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ୧ ଚାମଚ ଚାଉଲ ଅଟାରେ ଟମାଟର ରସ ଓ ୧ ଚାମଚ ଚା’ ପତି ମିଶାନ୍ତୁ । ଏହି ସାମଗ୍ରୀକୁ ଭଲ ଭାବେ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏବେ ଏହାକୁ ଚେହେରାରେ ଲଗାନ୍ତୁ । ୧୫ ମିନିଟ ପରେ ଧୋଇ ଦିଅନ୍ତୁ ।

ଚେହେରାରେ ଉଜ୍ଜଳତା ଆଣିବା ପାଇଁ ଚା’ ପତିରେ ନିର୍ମିତ ସ୍କ୍ରବ୍‌ ର ବ୍ୟବହାର କରିପାରିବେ । ଏଥିପାଇଁ ଚା’ ପତିକୁ ଫୁଟାଇ ଦିଅନ୍ତୁ, ଏବେ ଏହାର ପାଣି ଅଲଗା କରି ଦିଅନ୍ତୁ । ଏହି ଚା’ ପତିରେ ଚାଉଳ ଅଟା,ମହୁ, ଲେମ୍ବୁ ରସ ଓ ଗୋଲାପ ଜଳ ମିଶାନ୍ତୁ । ଏବେ ଭଲ ଭାବେ ମିଶାଇ ପେଷ୍ଟ କରି ଦିଅନ୍ତୁ । ଏହି ମିଶ୍ରଣକୁ ଚେହେରାରେ ଘସନ୍ତୁ(ସ୍କ୍ରବକରନ୍ତୁ) ଓ ୧୦ ମିନିଟ ପରେ ପାଣିରେ ଧୋଇ ଦିଅନ୍ତୁ ।

ଆପଣ ଚା’ପତିରେ କହୁଣୀ ଓ ଆଣ୍ଠୁର କଳା ଦାଗ ଦୂର କରିପାରିବେ । ସର୍ବ ପ୍ରଥମେ ଚା’ପତିକୁ ଖରାରେ ଶୁଖାଇ ଦିଅନ୍ତୁ ଓ ତାକୁ ଗୁଣ୍ଡ କରି ଦିଅନ୍ତୁ । ଏଥିରେ ବେକିଂ ସୋଡା ମିଶାନ୍ତ, ପାଣି ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ମିଶ୍ରଣକୁ କହୁଣୀ ଓ ଆଣ୍ଠୁରେ ଲଗାନ୍ତୁ । ୧୫ ମିନିଟ ପରେ ଧୋଇ ଦିଅନ୍ତୁ । ଦେଖିବେ ଫରକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.