ଏହି ଟ୍ରିକ Wi-Fi ସ୍ପିଡ ବଢ଼ାଇବା ପାଇଁ ହୋଇଥାଏ ବେଷ୍ଟ, ଆପଣ ବି ଥରେ ଟ୍ରାଏ କରନ୍ତୁ

ଅଧିକାଂଶ ସମୟରେ ଦେଖାଯାଏ, ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନ ଗୁଡିକରେ ୱାଇ-ଫାଇ ସିଗ୍ନାଲ ଦୁର୍ବଳ ହୋଇଯାଉଛି । ଆଉ ଏଥିପାଇଁ ଆମେ କରୁଥିବା କାମ ବାରମ୍ବାର ବ୍ୟାଘାତ ଘଟୁଛି । ଆଉ ଇଣ୍ଟରନେଟ ପାଇଁ ୱାଇ-ଫାଇ ରାଉଟର ବ୍ୟବହାର କରିବା ବେଳେ ମଧ୍ୟ ହଠାତ ଇଣ୍ଟରନେଟ କନେକ୍ସନ କଟିଯାଉଛି । ଆଉ ଯଦି ଏମିତି ସ୍ଥିତିରେ ଆପଣଙ୍କ Wi-fi କନେକ୍ସନରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହେଉଛି ତେବେ ଏହି ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ ।

ଆଜିର ସମୟରେ ଆମର ସବୁକାମ ସ୍ମାର୍ଟଫୋନ ଦ୍ୱାରା ହୋଇପାରୁଛି। ଆଉ ଏହି କାମ ସେତେ ପର୍ଯ୍ୟନ୍ତ ପୂରା ହେବନାହିଁ ଯେତେ ପର୍ଯ୍ୟନ୍ତ ଫୋନରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ସାଧାରଣତଃ ଅଧିକାଂଶ ଲୋକଙ୍କ ଘରେ ଓ୍ଵାଇଫାଇ ଲଗାଯାଇଥାଏ ଯାହା ବହୁତ ଭଲ ଇଣ୍ଟରନେଟ୍‌ ସ୍ପୀଡ ଦେଇଥାଏ। ଯଦି ଆପଣଙ୍କ ଘରେ ମଧ୍ୟ ଓ୍ଵାଇଫାଇ ଅଛି କିନ୍ତୁ ସ୍ଲୋ ଇଣ୍ଟରନେଟ ଆପଣଙ୍କୁ ଟେନସନ୍‌ ଦେଉଛିି ତାହେଲେ ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ଜୁଗାଡ ନେଇ ଆସିଛୁ। ଯାହା ସାହାଯ୍ୟରେ ଆପଣ ମାତ୍ର କେଇ ମିନିଟରେ ଓ୍ଵାଇଫାଇର ସ୍ପୀଡକୁ ବଢ଼ାଇପାରିବେ। ଆସନ୍ତୁ ଜାଣିବା ଏହି ଟ୍ରିକ ବିଷୟରେ।

୧. ଆପଣ ନିଜ ସ୍ମାର୍ଟଫୋନକୁ ରି-ଷ୍ଟାର୍ଟ କରନ୍ତୁ । ଏହା ସହ ରାତିରେ ଶୋଇବା ସମୟରେ ନିଜ ସ୍ମାର୍ଟଫୋନକୁ ସ୍ବିଚ ଅଫ କରି ଦିଅନ୍ତୁ ଆଉ ପର ଦିନ ସକାଳ ସମୟରେ ସ୍ବିଚ ଅନ କରି ଦିଅନ୍ତୁ । ଏହି ଉପାୟରେ ଆପଣ ନିଜ Wi-fi ସ୍ପୀଡ ବଢ଼ାଇପାରନ୍ତି ।

୨. Wi-Fi ରାଉଟର ସ୍ଵିଚ ଅଫ କରି ଦିଅନ୍ତୁ । ଏବେ ବୋର୍ଡରୁ ପ୍ଲଗ ବାହାର କରିଦିଅନ୍ତୁ । ମାତ୍ର ୧୦ ରୁ ୧୫ ମିନିଟ ପାଇଁ । ଆପଣ ଏହାକୁ ଅଳ୍ପ କିଛି ଘଣ୍ଟା ପାଇଁ ବନ୍ଦ କରିପାରିବେ । ଏହା ପରେ ରି-ଷ୍ଟାର୍ଟ କରିଦିଅନ୍ତୁ । ଏହା ପରେ ସ୍ମାର୍ଟଫୋନ ଆଉ ରାଉଟରକୁ ଆଉ ଥରେ ଚାଲୁ କରିଦିଅନ୍ତୁ ।

୩. ଯଦିବା ଆପଣ ନିଜ କାନ୍ଥକୁ ସିନା କେଉଁଠିକି ଘୁଞ୍ଚାଇ ପାରିବେ ନାହିଁ । କିନ୍ତୁ କିଛି ଫର୍ନିଚର ଘୁଞ୍ଚାଇ ସ୍ମାର୍ଟଫୋନ ଓ ସିଗ୍ନାଲ ବ୍ଳକେଜକୁ ହଟାଇ ପାରିବେ । ନଚେତ ଆପଣ ନିଜ ରାଉଟରକୁ ଘୁଞ୍ଚାଇ ସ୍ମାର୍ଟଫୋନର ଆଖପାଖ ସ୍ଥାନକୁ ଆଣିପାରିବେ । ନଚେତ ଚାହିଁଲେ ଆପଣ ନିଜ ରାଉଟରକୁ କିଛିଟା ଉପରେ ଅଧିକ ସ୍ଟ୍ରେନ୍ଥ ପାଇଁ ଲଗାଇ ପାରିବେ ।

୪.ନଚେତ Wi-Fi ନେଟୱାର୍କକୁ ବାହାର କରି ପୁଣି ଥରେ ଲଗାଇ ପାରିବେ । ବାରମ୍ବାର ଏମିତି କରିବା ଦ୍ୱାରା Wi-Fi ସିଗ୍ନାଲ ବୃଦ୍ଧି ହୋଇଥାଏ ।

୫. ଅତ୍ୟନ୍ତ ମୋଟା ପ୍ରଟେକ୍ଟିଭ କଭର ବି Wi-Fi ସିଗନାଲକୁ ଦୁର୍ବଳ କରିଦେଇଥାଏ । ତେଣୁ ସବୁ ସମୟରେ ଫୋନକୁ କଭର ଭିତରେ ନରଖି ମଝିରେ ମଝିରେ ବାହାର କରିଦିଅନ୍ତୁ । ଏହା ବଦଳରେ ଆପଣ ନିଜ ଘରର ସୁରକ୍ଷା ବଢ଼ାଇ ଦିଅନ୍ତୁ । ଯାହା ଦ୍ୱାରା କ୍ଷୟକ୍ଷତିର ପରିମାଣ କମିଯାଇପାରିବ । ଯାହା ଫଳରେ ଆପଣ ଗୋଟିଏ ତୀରରେ ଦୁଇ ଦୁଇଟି ଶିକାର କରିପାରିବେ । ନିଜ ଫୋନକୁ ବାହ୍ୟ କ୍ଷୟକ୍ଷତିରୁ ରକ୍ଷା କରିବା ସହିତ Wi-Fi କନେକ୍ସନକୁ ବଢ଼ାଇ ପାରିବେ ।

୬. ଏହା ସହ ଆପଣ ନିଜ Wi-Fi ନେଟୱାର୍କ, ବ୍ଲୁ ଟୁଥ ଡିଭାଇସ, ହୋମ ସ୍କ୍ରିନ ଲେ-ଆଉଟ ଆଦିକୁ ଅଧିକ ଦୃଢ କରିପାରିବେ ।

୭ . ଯଦି କିଛି ବି କାମ ନକରେ ତେବେ ଆପଣ କିଛି ଅଧିକ ବ୍ୟୟ କରିପାରିବେ | Wi-Fi ରାଉଟର ପାଇଁ ଯାଆନ୍ତୁ । ଯାହା ଆପଣଙ୍କୁ ଅଧିକ ରେଞ୍ଜ ଦେବା ସହ ଫ୍ରେସ ମଡେଲ ଅନୁଯାୟୀ ବି କାମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.