Below header

ତ୍ୱଚାର ଚମକ ପାଇଁ ଭିଟାମିନ-ଇ କ୍ୟାପସୁଲ ମୁଁହରେ ଲଗାଇବା କେତେ ସୁରକ୍ଷିତ? ଜାଣି ରଖନ୍ତୁ ଏହି ୪ଟି କଥା

ତ୍ୱଚାର ଚମକ ବଢ଼ାଇବା ଏବଂ ଘନ, ଲମ୍ବା କେଶ ପାଇଁ ଭିଟାମିନ-ଇ ବହୁତ ଉପଯୋଗୀ ହୋଇଥାଏ। କିନ୍ତୁ ଏହାର କ୍ୟାପସୁଲ ବ୍ୟବହାର କରିବା ଲାଭଦାୟକ ହୋଇ ନ ଥାଏ। ଲମ୍ବା ସମୟ ଧରି ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ। କିନ୍ତୁ ଭିଟାମିନ-ଇ ଖାଇଲେ ହିଁ ଫାଇଦା ମିଳିଥାଏ।

hbhb

୧. ପ୍ରଥମତଃ ଭିଟାମିନ-ଇ ଖାଇବା ପାଇଁ ହୋଇଥାଏ, ଲଗାଇବା ପାଇଁ ନୁହେଁ। ଭିଟାମିନ-ଇ ଯୁକ୍ତ କ୍ରିମ ଆସୁଛି, ତାହାକୁ ତ୍ୱଚାର ଲଗାଇବା ଉଚିତ। କ୍ୟାପସୁଲ ଭାଙ୍ଗି ତାହାକୁ ତ୍ୱଚାର ଲଗାଇଲେ, ତାହା ଭଲ ଭାବେ ଅବଶୋଷିତ ହୋଇ ନ ଥାଏ। ଏଥିରେ ବିଶେଷ ପ୍ରକାରର vehicle content ଥାଏ, ଯାହା ଖାଇବା ପରେ ପ୍ରଭାବ ପକାଇଥାଏ।

୨. ଭିଟାମିନ-ଇ କେଶକୁ ମଜଭୁତ କରିଥାଏ। ଦୁଇ ମୁଁହ କେଶ ସମସ୍ୟାରୁ ମୁକ୍ତି ଦେଇଥାଏ। ଚିହ୍ନ, ଦାଗ ଏବଂ ଆଖି ତଳ କଳା ଘେରକୁ ଏହା ଦୂର କରିବାରେ ସହାୟକ ହୋଇଥାଏ।

uhuuh

୩. ଭିଟାମିନ-ଇ ଅଣ୍ଡା, ବାଦାମ, ଅଖରୋଟ, ସୂର୍ଯ୍ୟମୁଖୀ ମଞ୍ଜି, ଶାଗ, ସୋରିଷ, ସାଲଗମ, ଏଭୋକେଡୋ, ବ୍ରୋକଲି, ଅମୃତଭଣ୍ଡା, କନ୍ଦମୂଳ, ଶାକରକନ୍ଦ ପ୍ରମୁଖରୁ ମିଳିଥାଏ।

୪. ରୁକ୍ଷ ତ୍ୱଚାକୁ କୋମଳ କରିବା ପାଇଁ ସାଧାରଣତଃ ମଲେଇରେ ଭିଟାମିନ-ଇ କ୍ୟାପସୁଲ ଲଗାନ୍ତି। କିନ୍ତୁ ଏହା ଠିକ ନୁହେଁ। ଏଥିପାଇଁ ଆପଣ ଭିଟାମିନ-ଇ ଯୁକ୍ତ କ୍ୟାପସୁଲ ଖାଆନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.