ପେଟରେ ଗ୍ୟାସ୍‌ ସମସ୍ୟାକୁ ନେଇ ଆପଣ ଚିନ୍ତିତ କି, ତ କେବେ ବି କରନ୍ତୁ ନାହିଁ ଅଧିକ ଭୋଜନ, ନିହାତି ଖାଆନ୍ତୁ ସକାଳ ଜଳଖିଆ

ସ୍ୱାସ୍ଥ୍ୟ ସହିତ ଜଡ଼ିତ ସବୁଠୁ ସାଧାରଣ ସମସ୍ୟା ହେଉଛି ପେଟରେ ଗ୍ୟାସ୍‌ ସମସ୍ୟା। ବହୁତ ଲୋକ ଏହାକୁ ଅଣଦେଖା କରି ଦିଅନ୍ତି, ଯାହାକି ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ପେଟର ଗ୍ୟାସ୍‌କୁ ଛୁଟକାରା ଦେବା ପୂର୍ବରୁ ଏହାର କାରଣଗୁଡ଼ିକ ବିଷୟରେ ଜାଣିବା ନିହାତି ଜରୁରୀ। ଆଜିକାଲିର ଜୀବନଶୈଳୀ, ଖାଦ୍ୟପେୟରେ ଭୁଲ୍‌ ଅଭ୍ୟାସ ଏବଂ କିଛି ଅସ୍ୱାସ୍ଥ୍ୟକର ଅଭ୍ୟାସ ପେଟରେ ଗ୍ୟାସ୍‌ କିମ୍ବା ଏସିଡିଟି ସୃଷ୍ଟି କରିଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ।

୧. ବହୁତ ଲୋକ ସକାଳୁ ଜଳଖିଆ କରନ୍ତି ନାହିଁ। କିନ୍ତୁ ଏହି ଅଭ୍ୟାସ ଆଦୌ ଠିକ୍‌ ନୁହେଁ। ଗ୍ୟାସ୍‌ ହେବାର ମୁଖ୍ୟ କାରଣ ହେଉଛି ପେଟ ଖାଲି ରହିବା। ପେଟକୁ ସୁସ୍ଥ ରଖିବା ଏବଂ ଗ୍ୟାସ ସମସ୍ୟାକୁ ଦୂର କରିବା ପାଇଁ ସକାଳ ଜଳଖିଆ ନିହାତି ଜରୁରୀ।

୨. ଅଧିକ ମାତ୍ରାରେ ଭୋଜନ କରିବା ବି ଗ୍ୟାସ୍‌ର ଏକ ବଡ଼ କାରଣ। ଏଥିପାଇଁ ଅଧିକ ଖାଇବାଠୁ ଦୂରେଇ ରୁହନ୍ତୁ। ଅଧିକ ଖାଇଲେ ଖାଦ୍ୟ ହଜମ ହେବାରେ ସମୟ ଲାଗିଥାଏ ଏବଂ ପେଟରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ।

୩. ତେଲ ଛଣା ଜିନିଷ କିମ୍ବା ତେଲରେ ଭଜା ହୋଇଥିବା ଜିନିଷ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏ ସବୁଠୁ ଦୂରେଇ ରହିବା ଉଚିତ। ଏପରି କି, ଅଧିକ ତେଲ ଛଣା ଜିନିଷ କବ୍‌ଜ ଏବଂ ଅପଚ ସୃଷ୍ଟି କରିଥାଏ।

୪. ଯଦି ଆପଣ ସିଟିଂ ଚାକିରି କରୁଛନ୍ତି, ତା’ହେଲେ ସତର୍କ ରୁହନ୍ତୁ। କାରଣ, ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ଜାଗାରେ ବସି ରହିଲେ, ପେଟରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ। ଏମିତିରେ ଖାଦ୍ୟ ହଜମ ହୁଏନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.