Below header

ମୟୁରଭଞ୍ଜ: ରରୁଆଁ ବ୍ଲକର ଅନେକ ଗାଁରେ ବ୍ୟାପକ ସୋଲାର ବାଟେରୀ ଚୋରି,ଖିଚିଂ ନିକଟରୁ ବନ୍ଧୁକ ମୁନରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ବଢୁଛି ଅପରାଧ। ଦୁଇ ଦିନ ତଳେ ଖିଚିଂ ସ୍ଥିତ କୁଟେଇତୁଣ୍ଡି ଶିବ ମନ୍ଦିରରେ ଭୃଷବଙ୍କ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ବେଳେ, ଗତ ରାତି ରରୁଆଁ ବ୍ଲକ ଅଞ୍ଚଳର ଅନେକ ଗାଁରେ ବ୍ୟାପକ ଭାବେ ବାଟେରୀ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ରରୁଆଁ ବ୍ଲକ ରରୁଆଁ ,ଅଙ୍ଗାରପଦା,ତୁଳସୀପୁର,କନିକା,କୋଲନ୍ଦା,ଫୁଲକମ୍ପ, ଫୋଗୁ,ଆଦି ଗାଁରେ ଲାଗିଥିବା ୫୦ରୁ ଊର୍ଦ୍ଧ୍ବ ସୋଲାର ଲାଇଟର ବ୍ୟାଟେରୀ ଗୁଡିକୁ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ବିଶେଷ କରି ରରୁଆଁ ଥାନାଠୁ ମାତ୍ର ୧୦୦ମିଟର ଭିତରେ ଥିବା ବ୍ଲକ ବ୍କାୟା.ଟେରୀର୍ଯ୍ୟାଳୟ ଓ ରରୁଆଁ ବଜାର ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ସାମ୍ନାରୁ ବି ଦୁର୍ବୃତ୍ତ ଚୋରି କରିଛନ୍ତି ଏହିସବୁ ବ୍ୟାଟେରୀ ।

ରାତ୍ର ଜଗୁଆଳି ଜଣକ ହଇରାଣ ହେବେ ବୋଲି  . . . .

ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏତେ ପରିମାଣରେ ଚୋରି ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ପରେ ଏତଲାକୁ ପ୍ରତ୍ୟାହର କରିନିଆଯାଇଥିବା ସୂଚନା ଦେଇଛନ୍ତି ଖୋଦ ବ୍ଲକ ଏବିଡ଼ିଓ। ଆଉ ଏହା  ପଛର କାରଣ ହେଲା,ପୋଲିସ ତଦନ୍ତରେ ରାତ୍ର ଜଗୁଆଳି ଜଣକ ହଇରାଣ ହେବେ। ଯାହା ଫଳରେ ସମୁଦାୟ ଚୋରି ଘଟଣାଟି ଏବେ ‘ସରକାର କା ମାଲ ଦୋରିଆ ମେ ଡାଲ’ ସଦୃଶ ହେଇଛି। ଅନ୍ୟପଟେ ଗୋଟିଏ ରାତିରେ ଏଭଳି ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

 

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍

ଆଜି ଅପରାହ୍ନ ସମୟରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟି  ନେଇଛନ୍ତି ଦୁର୍ବୃତ୍ତ । ରରୁଆଁ ଥାନା ଅନ୍ତର୍ଗତ ଖିଚିଂ ଗାଁ ନିକଟରେ ଥିବା ଆମ୍ବ ତୋଟା ନିକଟରେ ଭାରତ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି ଦୁର୍ବୃତ୍ତ । ଲୋନ ରିକୋଭରି ଟଙ୍କା ନେଇ ଫେରୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଆଜି ଅପରାହ୍ନ ସମୟରେ ଏହିଭଳି ଘଟଣା  ଘଟିଛି । ରରୁଆଁ ଥାନା ଅଞ୍ଚଳରେ ଡ଼କାୟତି ଆଉ ଚୋରୀ କିଛି ଦିନ ହେବ ବଢି ଯାଇଛି । ରରୁଆଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.