Below header

ଭାରତୀୟ ବଜାରରେ ଲଞ୍ଚ ହେଲା ଦମଦାର 5G ସ୍ମାର୍ଟଫୋନ Realme X7 ଓ Realme X7 Pro…..

ଭାରତରେ ଲଞ୍ଚ ହୋଇଛି Realme X7 ଆଉ Realme X7 Pro । ଏହା ପୂର୍ବରୁ ଏହି ଦୁଇଟି ମଡେଲକୁ ଚିନ ବଜାରରେ ଲଞ୍ଚ କରାଯାଇଥିଲା । ଦୁଇଟି ଯାକ ମଡେଲରେ 5G ସପୋର୍ଟ ରହିଛି । ଫ୍ଲିପକାର୍ଟ ଜରିଆରେ ଫେବୃଆରୀ ୧୨ ତାରିଖରୁ ଏହାକୁ ଅନଲାଇନରେ କିଣାଯାଇ ପାରିବ ।ଫିଚର ଦୃଷ୍ଟିରୁ ଦେଖିଲେ ଏଥିରେ ପଞ୍ଚହୋଲ ସେଲ୍ଫି କ୍ୟାମେରା ସେଟଅପ ରହିଛି । ଏହି ଦୁଇଟି ଯାକ ଫୋନରେ ଫିଙ୍ଗରପ୍ରିଣ୍ଟ ସେନ୍ସର ବ୍ୟବସ୍ଥା ଦିଆଯାଇଛି । Realme X7 ରେ ୬.୪ ଇଂଚର ଫୁଲ HD + ଡିଷ୍ପ୍ଲେ ଦିଆଯାଇଥିବା ବେଳେ ଏହାର ରିଜୋଲୁସନ 2400 X 1080 ପିକ୍ସଲ ହେବ । ଏଥିରେ ଏମୋଲେଡ଼ ଡିଷ୍ପ୍ଲେ ରହିଛି । ସିକ୍ୟୁରିଟି ପାଇଁ ଏଥିରେ ଗରିଲା ଗ୍ଲାସ ପ୍ରୋଟେକ୍ସନ ଦିଆଯାଇଛି ।

realme

ଏହାବାଦ ଏଥିରେ ଅକଟାକୋର 800U ପ୍ରୋସେସର ଦିଆଜିଥିବା ବେଳେ ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ଼ 10 ଅପରେଟିଙ୍ଗ ସିଷ୍ଟମ ଉପରେ ହିଁ କାମ କରିବ । ଫୋନରେ ୮ ଜିବି ରାମ ଓ ୧୨୮ ଜିବି ପର୍ଯ୍ୟନ୍ତର ଷ୍ଟୋରେଜ ଫ୍ୟାସିଲିଟି ରହିଛି । Realmeର ଏହି ଫୋନରେ ଚାରି ଚାରିଟି ରିୟର କ୍ୟାମେରା ସେଟଅପ ରହିଛି । ୬୪ ମେଗାପିକସଲ ପ୍ରାଇମେରୀ ସେନ୍ସର ସମେତ ୮ ମେଗାପିକସଲର ଅଲଟ୍ରା ବାଇଣ୍ଡ ଆଙ୍ଗଲ ଲେନ୍ସ, ୨ ମେଗାପିକସଲର ମାକ୍ରୋ ଲେନ୍ସ ବ୍ୟତୀତ, ୨ ମେଗାପିକସଲର ବ୍ଲକ ଏଣ୍ଡ ହ୍ୱାଇଟ ପୋଟ୍ରେଟ ସେନ୍ସର ଦିଆଯାଇଛି । ସେଲ୍ଫି ଓ ଭିଡିଓ କଳିଙ୍ଗ ପାଇଁ ୩୨ ମେଗାପିକସଲ ଫ୍ରଣ୍ଟ ସେନ୍ସର ଅଛି ।

ଏଥିରେ ୪୩୧୦ ଏମଏଏଚ ବ୍ୟାଟେରୀ ଥିବା ବେଳେ ୫୦ ବାଟ ଡ଼ର୍ଟ ଫାଷ୍ଟ ଚରଜିଙ୍ଗ ସପୋର୍ଟ ରହିଛି । ଦୁଇଟି ଯାକ ଫୋନର ମୂଲ୍ୟ ଯଥାକ୍ରମେ ୧୯ ହଜାର ୯୯୯ ଟଙ୍କା ଓ ୨୧ ହଜାର ୯୯୯ ଟଙ୍କା ରଖାଯିବା ନେଇ ସ୍ଥିର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.