SBI ଗ୍ରାହକଙ୍କ ପାଇଁ ବଡ ଖବର, ଏଣିକି ATMରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ

SBI ଗ୍ରାହକଙ୍କ ପାଇଁ ଖବର। ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆରୁ ATM ପଇସା ଉଠାଇଲେ ଲାଗିବ ଚାର୍ଜ। ATM କୁ ନେଇ ନୂଆ ନିୟମ ଆଣିଛି SBI। ଯଦି ପର୍ଯ୍ୟାପ୍ତ ପରିମାଣ ଅର୍ଥ ନାହିଁ, ଆଉ ଆପଣ କୌଣସି ଟ୍ରାନଜାକସନ୍‌ କରୁଛନ୍ତି ତେବେ ଆପଣଙ୍କୁ ଲାଗିବ ଫାଇନ। ଆପଣଙ୍କ ଆକାଉଣ୍ଟରେ ଯେତିକି ଟଙ୍କା ଅଛି ତାଠାରୁ ଅଧିକ ଟଙ୍କା ଯଦି ଭୁଲରେ ବି ଏଣ୍ଟର କରିବେ ବା ଉଠାଇବାକୁ ଯିବେ ଆପଣଙ୍କ ଟ୍ରଞ୍ଜାକ୍ସନ୍ ଫେଲ ହେବାସହ ଆକାଉଣ୍ଟରୁ ପଇସା କଟିବ। ଏହି ଫେଲ୍ ଟ୍ରଞ୍ଜାକ୍ସନ୍ ପାଇଁ ବ୍ୟାଙ୍କ୍ ଆପଣଙ୍କ ଠାରୁ ନେଵ ପଇସା ।

ଏବେ ଆସନ୍ତୁ ଜାଣିବା ବ୍ୟାଙ୍କ ଆପଣଙ୍କ ଠାରୁ କେତେ ଟଙ୍କା ନେବ?

ଆପଣଙ୍କ ଆକାଉଣ୍ଟରୁ ୨୦ ଟଙ୍କା ପ୍ଲସ GST କଟିବ। ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ନଥିବ ଏବଂ ଆପଣ ଟଙ୍କା ଉଠାଉଛନ୍ତି ତାହେଲେ ମଧ୍ୟ କଟିବ। ନଚେତ୍ ଅନ୍ୟ କୌଣସି କାରଣରୁ ଟ୍ରାନଜାକସନ୍‌ ଫେଲ୍ ହେଲେ ପଇସା କଟିବ ନାହିଁ।

ଏଥିରୁ କେମିତି ବଞ୍ଚିବେ

  • ନିଜ ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିବା ଉଚିତ୍ ।
  • ଲିମିଟ ଟଙ୍କା ସବୁବେଳେ ରଖିବେ।
  • ଆକାଉଣ୍ଟରେ କେତେ ଟଙ୍କା ଅଛି ଜାଣିବା ପାଇଁ କଷ୍ଟମର କେୟାରକୁ କଲ୍ କରିପାରିବେ।
  • ପଇସା ବାହାର କରିବା ପୂର୍ବରୁ ଆକାଉଣ୍ଟ୍ ଚେକ୍ କରିପାରିବେ ନଚେତ ଅନଲାଇନରେ ବି ନିଜ ବଲାନ୍ସ ଚେକ୍ କରି ପାରିବେ।

ଆପଣ ମାସକୁ ୧୦ଥର ଫ୍ରି ATM ଟ୍ରାନଜାକସନ୍‌ କରିପାରିବେ। ୫ଥର SBI ରୁ ବାକି ୫ଥର ଅନ୍ୟ ATM ରୁ ଟଙ୍କା କାଢି ପାରିବେ। SBI ନିଜ ATM ସେବା କୁ ଅଧିକ ସୁରକ୍ଷିତ କରିବା ପାଇଁ ଏଭଳି ନିଷ୍ପତ୍ତି ନେଉଛି । ଆଗରୁ ୨୦୨୦ରେ ବି SBI ନୂଆ ନିୟମ ଆଣିଥିଲା । ଡିଜିଟାଲ ଲେନ୍ ଦେଣ ସମୟରେ ପୂର୍ବ ବର୍ଷ ୭୦ ହଜାର କୋଟିରୁ ଅଧିକ ଅର୍ଥ ଠକି ନିଆଯାଇଛି। ତେଣୁ ATM ଟ୍ରାନଜାକସନକୁ ଅଧିକ ସୁରକ୍ଷିତ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.