ମେଦ ବହୁଳତା ପାଇଁ ଚିନ୍ତିତ ଥିଲେ, ରାତିରେ ଏହି ପାନୀୟ ଗୁଡିକୁ ନିଶ୍ଚିତ ପିଅନ୍ତୁ

ଆଜିକା ସମୟର ପ୍ରାୟ ସବୁ ବର୍ଗର ଲୋକେ ମେଦବହୁଳତାର ଶିକାର ହେଉଛନ୍ତି । ଏହାଦ୍ୱାରା ରୋଗ ଗ୍ରସ୍ତ ହେବା ସହ ବ୍ୟକ୍ତିତ୍ୱ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଯଦି ଆପଣ ଅତି ଶୀଘ୍ର ନିଜ ମୋଟାପଣକୁ ଘଟାଇବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ନିଜ ଖାଦ୍ୟପେୟ ପ୍ରତି ପ୍ରଥମେ ସାବଧାନ ହୋଇଯାନ୍ତୁ । ବାହାର ଖାଦ୍ୟକୁ ସମ୍ପୂର୍ଣ୍ଣ ପରିତ୍ୟାଗ କରନ୍ତୁ । ଜଙ୍କ ଫୁଡ ପରି ଖାଦ୍ୟକୁ ତ ହାତ ବି ଲଗାଇବା ଉଚିତ ନୁହେଁ । ଅଧିକ ଫ୍ୟାଟ ଥିବା ଖାଦ୍ୟ ବା ଅଧିକ ତେଲରେ ଛଣା ଯାଇଥିବା ଖାଦ୍ୟରୁ ଯଥା ସମ୍ଭବ ଦୁରେଇ ରହିବା ଉଚିତ । ଆପଣ ନିଜ ଡାଏଟରେ ତରଳ ପଦାର୍ଥ ସାମିଲ କରନ୍ତୁ କିନ୍ତୁ କ୍ଷୀର ଚାହା ପିଇବାରୁ ଯଥାସମ୍ଭବ ଦୁରେଇ ରୁହନ୍ତୁ । ଏଠାରେ ଆମେ ଆପଣଙ୍କୁ ଏମିତି କିଛି ଡ୍ରିଂକ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ମୋଟାପଣ କମାଇବା ସହ ଆପଣଙ୍କୁ ଫୁର୍ତ୍ତି ରଖିବାରେ ମଧ୍ୟ ବେଶ ସହାୟକ ହେବ ।

ଡାଲଚିନି ଚାହା:

ଡାଲଚିନି ଚାହାର ବହୁ ଉପକାରିତା ରହିଛି । ରାତିରେ ଶୋଇବା ପୂର୍ବରୁ ଏହି ଡାଲଚିନି ଚାହା ପିଇବା ଉଚିତ । ଏହା ଦ୍ୱାରା ଶରୀରର ମେଟାବୋଲିଜ୍ମ ପ୍ରକ୍ରିୟା ବଢିଥାଏ । ଏହି ଚାହାରେ ବହୁ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ବାୟୋଟିକ ତତ୍ୱ ଭରପୁର ମାତ୍ରାରେ ଅଛି । ମହୁ ସହିତ ଡାଲଚିନି ଚାହା ପିଇବା ତ ଶରୀର ପାଇଁ ସୁନା ସଦୃଶ ହୋଇଥାଏ । ଏହା ଦ୍ୱାରା ଆପଣ ସୁସ୍ଥ ରହିବା ସହ ଦିନ ତମାମ ଫୁର୍ତ୍ତି ମଧ୍ୟ ରହିପାରିବେ । ଡାଲଚିନି ଚାହା ବନେଇବା ପାଇଁ କେବଳ ଗୋଟେ ଗ୍ଲାସ ଗରମ ପାଣି ଓ ଡାଲଚିନି ଗୁଣ୍ଡ ଦରକାର ହୋଇଥାଏ । ଏହି ଦୁଇଟିକୁ ଭଲ ଭାବେ ମିଶାଇ ରାତିରେ ଶୋଇବାର ୧ ଘଣ୍ଟା ପୂର୍ବରୁ ଚାହା ଭଳି ପିଅନ୍ତୁ । ମାତ୍ର ୨ ସପ୍ତାହରେ ଆପଣ ଫରକ ଅନୁଭବ କରିପାରିବେ ।

dalchini

ମେଥିଗୁଣ୍ଡକୁ ପାଣି ସହ ପିଅନ୍ତୁ:

ଯଦି ଆପଣ ମୋଟାପଣ ଘଟାଇବାକୁ ଇଛୁକ ଅଛନ୍ତି ତେବେ କିଛି ମେଥିଦାନାକୁ ପାଣିରେ ଭିଜାଇ ପିଇ ପାରିବେ । ଡାକ୍ତର ମାନଙ୍କ ଅନୁଯାୟୀ ରାତିରେ ଗୋଟେ ଗ୍ଲାସ ପାଣିରେ କିଛି ମେଥିଦାନା ବତୁରାଇ ସକାଳୁ ସେହି ପାଣିକୁ ପିଇଲେ ଶରୀରର ଚର୍ବି କମିଯାଇଥାଏ । ମେଥିଦାନାରେ ଆଣ୍ଟିଏସିଡ ତତ୍ତ୍ୱ ମଧ୍ୟ ଥାଏ । ଯାହା ଶରୀରର ପାଚନ କ୍ରିୟାକୁ ମଜବୁତ କରିଥାଏ । ଆପଣ ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ ପାଣିରେ ଏକ ଛୋଟ ଚାମଚ ମେଥି ଗୁଣ୍ଡ ବତୁରାଇ ପିଇ ପାରିବେ ।

ଏହା ସହ ପଢନ୍ତୁ: ମାସିକ ଧର୍ମରେ ଦେଖାଦେଉଛି କି ଅନିୟମିତତା? ନିୟମିତ କରନ୍ତୁ ଏହି ଯୋଗାସନ ଆଉ ମାସକରେ ପାଆନ୍ତୁ ଫାଇଦା

methi

କେମୋମାଇଲ ଚାହା:

ଯଦି ଆପଣ ନିଜ ମେଦ ବହୁଳତା କମାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ରୂପେ ନିଜ ଦୈନନ୍ଦିନ ଖାଦ୍ୟପାନୀୟରେ ଏହି ଚାହାକୁ ସାମିଲ କରନ୍ତୁ । ଏହା ଏକ ହର୍ବ ଜାତୀୟ ଯେଉଁଥିରେ ଭରପୁର ମାତ୍ରାରେ ଔଷଧୀୟ ଗୁଣ ଥାଏ । ଆପଣ ଏକ ଗ୍ଲାସ ଗରମ ପାଣି ନେଇ ସେଥିରେ କିଛି କେମୋମାଇଲ ମିଶାନ୍ତୁ ରାତି ଭୋଜନର କିଛି ସମୟ ପରେ ଏହାକୁ ଚାହା ପରି ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ରାତିରେ ଭଲ ନିଦ ମଧ୍ୟ ହେବ ।

cemomail

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.