Below header

ସାମ୍ନାକୁ ଆସିଲା ହରିଦାସପୁର ସରପଞ୍ଚ ସ୍ୱାମୀଙ୍କ ପଲିଟିକାଲ୍ ଲିଙ୍କ, ଦୁଇ ଦଳର ନେତାଙ୍କ ସହ ରୂପେଶ ଭଦ୍ରଙ୍କ ସଂପର୍କ

ସାମ୍ନାକୁ ଆସିଲା ହରିଦାସପୁର ସରପଞ୍ଚ ସ୍ୱାମୀଙ୍କ ପଲିଟିକାଲ୍ ଲିଙ୍କ । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର କାହାର ? ବିଜେଡି ନା ବିଜେପିର । ଦୁଇ ଦଳର ନେତାଙ୍କ ସହ ରହିଛି ରୂପେଶ ଭଦ୍ରଙ୍କ ସଂପର୍କ । ବିଜେଡି ଓ ବିଜେପି ନେତାଙ୍କ ସହ ରହିଛି ଫଟୋ । ଗୋଟିଏ ଫଟୋରେ ବିଜେଡି ନେତା ତଥା ମନ୍ତ୍ରୀ ଅରୁଣ ସାହୁ ଓ ପ୍ରଣବ ବଳବନ୍ତରାୟଙ୍କ ସହ ଅଛନ୍ତି ରୂପେଶ । ସେହିପରି ଅନ୍ୟ ଏକ ଫଟୋରେ ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମାଙ୍କ ସହ ଅଛନ୍ତି ସରପଞ୍ଚଙ୍କ ସ୍ୱାମୀ । ଗତକାଲି ବିଜେପି ପ୍ରେସ୍‌ମିଟ୍ କରି ରୂପେଶଙ୍କ ବିଜେଡି ସହ ଲିଙ୍କ ଥିବା ଦର୍ଶାଇ ସ୍ଥାନୀୟ ବିଧାକୟ ପ୍ରଣବ ବଳବନ୍ତରାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଫଟୋ ଦେଖାଇଥିଲା । ଏବେ ବରିଷ୍ଠ ବିଜେପିନେତା ସଜ୍ଜନ ଶର୍ମାଙ୍କ ସହ ଫଟୋ ଭାଇରାଲ ହୋଇଛି । ଏଥିରୁ ଜଣାପଡ଼ୁଛି ବିଜେପି ନେତାଙ୍କ ସହ ମଧ୍ୟ ରୂପେଶଙ୍କ ସଂପର୍କ ରହିଛି । ଏଠି ପ୍ରଶ୍ନ ଉଠୁଛି ରୂପେଶ କେଉଁ ଦଳର? VLW ସ୍ମୀତାରାଣୀ ମୃତ୍ୟୁ ଘଟଣାରେ ଗିରଫ ହୋଇଛନ୍ତି ରୂପେଶ ଭଦ୍ରା । ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ସ୍ମୀତାରାଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛି ବିଜେପି । ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ହରିଦାସପୁର ଯାଇ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଏହା ସହ ସିବିଆଇ ତଦନ୍ତ ଦାବିରେ ଆସନ୍ତାକାଲି ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକାର ଦେଇଛି ବିଜେପି । ସେପେଟେ ଏଭଳି ଏକ ଘଟଣାକୁ ନେଇ ରାଜନୀତି କରଣ କରାନଯାଉ ବୋଲି ବିଜେଡି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.