Below header

ପ୍ରତିଦିନ କରନ୍ତୁ ଶଙ୍ଖନାଦ, ଏହା ଫୁସଫୁସକୁ ମଜଭୁତ କରିବା ସହ ତ୍ୱଚାକୁ ମଧ୍ୟ କରିଥାଏ ଉଜ୍ଜ୍ୱଳ

ହିନ୍ଦୁ ଧର୍ମରେ ଶଙ୍ଖନାଦର ବହୁତ ମହତ୍ତ୍ୱ ରହିଛି। ପୂଜାପାଠ ବେଳେ ନିଶ୍ଚିତ ଭାବେ ଶଙ୍ଖନାଦ କରାଯାଇଥାଏ। ଆପଣ ଜାଣନ୍ତି କି, ଏହାର ଧାର୍ମିକ ମହତ୍ତ୍ୱ ସାଙ୍ଗକୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ହୋଇଥାଏ। ଶଙ୍ଖନାଦ ଦ୍ୱାରା ଫୁସଫୁସ ମଜଭୁତ ହୋଇଥାଏ। ଏହାର ଆହୁରି ବି କେତେକ ଫାଇଦା ରହିଛି। ଆଜି ଆମେ ଆପଣଙ୍କୁ ଏହି ଫାଇଦା ବିଷୟରେ କହିବୁ।

୧. କରୋନା କାଳରେ ଫୁସଫୁସକୁ ମଜଭୁତ ରଖିବା ପାଇଁ ପ୍ରତିଦିନ ୨ରୁ ୩ ମିନିଟ ଶଙ୍ଖ ନିଶ୍ଚିତ ବଜାନ୍ତୁ। ଶଙ୍ଖନାଦ ଦ୍ୱାରା ଫୁସଫୁସର କାର୍ଯ୍ୟ କ୍ଷମତା ବଢ଼ି ଯାଇଥାଏ।

୨. ଶଙ୍ଖନାଦରୁ ବାହାରୁଥିବା ଧ୍ଵନି ଦ୍ୱାରା ପରିବେଶରେ ମହଜୁଦ ଥିବା ବ୍ୟାକ୍ଟେରିଆ ସଫା ହୋଇଯାଇ ଥାଆନ୍ତି। ଏଥିରେ ବାୟୁ ମଧ୍ୟ ଶୁଦ୍ଧ ହୋଇଥାଏ।

୩. ରାତିସାରା ଶଙ୍ଖରେ ପାଣି ଭରି ରଖନ୍ତୁ। ସକାଳୁ ସେହି ପାଣିରେ ଆଖି ଧୁଅନ୍ତୁ। ଏହାଦ୍ୱାରା ଡ୍ରାଇ ଆଇ ସିଣ୍ଡ୍ରୋମ, ଆଖି ନାଲି ପଡିଯିବା, କୁଣ୍ଡାଇ ହେବା, ଆଖିରେ ଇନଫେକ୍ସନ ଆଦି ସମସ୍ୟା ଦୂର ହୋଇଯାଇଥାଏ।

୪. ଶଙ୍ଖରେ କ୍ୟାଲସିୟମ, ଗନ୍ଧକ ଏବଂ ଫସଫରସ ଭରପୂର ମାତ୍ରାରେ ରହିଥାଏ। ରାତିସାରା ଶଙ୍ଖରେ ଭରି ରଖିଥିବା ପାଣିରେ ସକାଳୁ ଉଠି ମୁହଁ ଧୋଇଲେ ତ୍ୱଚା ସମ୍ବନ୍ଧୀୟ ରୋଗ ଦୂର ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.