ବିଦ୍ୟାର୍ଥୀମାନେ ଆପଣାନ୍ତୁ ଏହି ୧୦ଟି ବାସ୍ତୁ ଟିପ୍ସ, ବଢ଼ିଆ ରହିବ ପରୀକ୍ଷା ଫଳାଫଳ

ପରୀକ୍ଷା ସମୟ ପାଖେଇ ଆସିଲେ ବିଦ୍ୟାର୍ଥୀଙ୍କ ମନରେ ଏକ ପ୍ରକାର ଭୟ ପଶିଯାଏ। ପରୀକ୍ଷା କିଭଳି ହେବ, ପ୍ରଶ୍ନପତ୍ର କେମିତି ଆସିବ, ଫଳାଫଳ କ’ଣ ହେବ, ଏଭଳି ଅନେକ ପ୍ରଶ୍ନ ସେମାନଙ୍କୁ ବିଚଳିତ କରି ପକାଏ। କିନ୍ତୁ ଯଦି ଆପଣ କିଛି ବାସ୍ତୁ ଟିପ୍ସ ଆପଣାଇବେ, ତା’ହେଲେ ଆପଣଙ୍କ ପରୀକ୍ଷା ଫଳାଫଳ ବଢ଼ିଆ ରହିବ। ଆଜି ଆମେ ଛାତ୍ରଛାତ୍ରୀମାନଙ୍କ ପାଇଁ କିଛି ବାସ୍ତୁ ଉପାୟ କହିବାକୁ ଯାଉଛୁ।

୧. ବିଦ୍ୟାର୍ଥୀମାନେ ପୂର୍ବ ଏବଂ ଉତ୍ତର ଦିଗକୁ ମୁହଁ କରି ପଢ଼ିବା ଉଚିତ।

୨. କାନ୍ଥକୁ ଲଗାଇ ଟେବୁଲ କିମ୍ବା ଚୌକି ରଖନ୍ତୁ ନାହିଁ।

୩. ଟେବୁଲରେ ଅଧିକ ବହି, ଖାତା ରଖନ୍ତୁ ନାହିଁ।

୪. ବହିକୁ ସେଲ୍ଫରେ ରଖନ୍ତୁ। ଏଥିରେ କଭର୍‌ ପକାନ୍ତୁ। ଯଦି ସମ୍ଭବ, ତା’ହେଲେ ଏମିତି ସେଲ୍ଫ ତିଆରି କରନ୍ତୁ, ଯେପରି ବହି ବାହାରକୁ ନଜର ନ ଆସିବ। ସେଲ୍ଫ ଖୋଲିଲେ ହିଁ ଏହା ଦେଖାଯିବ।

୫. ଅଧ୍ୟୟନ କକ୍ଷର ଆଲୋକ ବ୍ୟବସ୍ଥାରେ ସନ୍ତୁଳନ ରଖନ୍ତୁ। ଅଧିକ ଆଲୋକ ସ୍ମରଣ ଶକ୍ତି ପାଇଁ ସହାୟକ ହୋଇ ନ ଥାଏ। ସେହିପରି କମ୍‌ ଆଲୋକରେ ମଧ୍ୟ ପଢ଼ିବା ଆଦୌ ଉଚିତ ନୁହେଁ।

୬. ବିଦ୍ୟାର୍ଥୀମାନଙ୍କ କକ୍ଷରେ ମିରର୍‌, ଅନାବଶ୍ୟକ ବସ୍ତୁ ଏବଂ ଓଜନିଆ ଜିନିଷ ରଖନ୍ତୁ ନାହିଁ। ଏହାକୁ ଯେତେ ସମ୍ଭବ ହାଲୁକା ଏବଂ ଖୋଲା ଛାଡ଼ନ୍ତୁ।

୭. ଘରେ ଡବଲ ବେଡ୍‌ ଅପେକ୍ଷା ସିଙ୍ଗଲ୍‌ ବେଡ୍‌ ପକାନ୍ତୁ।

୮. ପଢ଼ିବାର ସବୁଠୁ ଭଲ ସମୟ ହେଉଛି ବ୍ରାହ୍ମ ମୁହୂର୍ତ୍ତ। ଶୀଘ୍ର ଉଠି ସୂର୍ଯ୍ୟୋଦୟ ପୂର୍ବରୁ ପାଠ ପଢ଼ିଲେ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ମନେ ରହିଥାଏ।

୯. ଅଧ୍ୟୟନ ଲଗାତାର କରନ୍ତୁ ନାହିଁ। ବୈଜ୍ଞାନିକ ରୂପରେ ୪୦ ମିନିଟ୍‌ର ଗୋଟିଏ ଅଧିବେଶନ ପର୍ଯ୍ୟାପ୍ତ ଅଟେ। ଏହାପରେ ଅତି କମ୍‌ରେ ୧୦ ମିନିଟ୍‌ର ବ୍ରେକ୍‌ ନିଅନ୍ତୁ।

୧୦. ବିଦ୍ୟାର୍ଥୀମାନେ ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.