Below header

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦରେ ଭରା ବ୍ରେଡ ଉତ୍ତପମ

ଆବଶ୍ୟକୀୟ ସାମଗ୍ରୀ

  • ୪/୬ ପିସ ବ୍ରେଡ
  • ୫ ଚାମଚ ସୁଜି
  • ୫ ଚାମଚ ମଇଦା
  • ଅଧା ଚାମଚ ଦହି
  • ଜିରା
  • କଞ୍ଚାଲଙ୍କା
  • ୨ ଚାମଚ କଟା ଅଦା
  • ଧନିଆ ପତ୍ର
  • ଅଧା ଚାମଚ ସିମ୍ଲା ଲଙ୍କା
  • ଟମାଟୋ କଟା ଅଳ୍ପ
  • ତେଲ ଓ ଲୁଣ ସ୍ୱାଦ ଅନୁସାରେ

Image result for bread uttapam

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡ ଉତ୍ତପମ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ବ୍ରେଡର ଚାରିପଟକୁ ଛୁରୀରେ କାଟି ବାହାର କରିଦିଅନ୍ତୁ । ତାପରେ ଏକ ମିକ୍ସର ଗ୍ରାଇଣ୍ଡରରେ ବ୍ରେଡ, ସୁଜି, ମଇଦା, ଦହି, ଲୁଣ ଓ ପାଣି ମିଶାଇ ଭଲଭାବରେ ପେଷି ଦିଅନ୍ତୁ । ପ୍ରସ୍ତୁତ ପେଷ୍ଟକୁ ଏକ ପାତ୍ରରେ କାଢି ସେଥିରେ କଟା ଅଦା, ଟମାଟୋ, ଜିରା, ସିମଲା ଲଙ୍କା, କଞ୍ଚାଲଙ୍କା ଓ ଧନିଆପତ୍ର ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ଘୋଳ ଯେପରି ବେଶୀ ପତଳା କିମ୍ବା ବେଶୀ ଗାଢା ନହୁଏ । ବର୍ତ୍ତମାନ ଏକ ନନଷ୍ଟିକ ପ୍ୟାନ ଗରମ କରି ସେଥିରେ ଟିକିଏ ତେଲ ଗରମ କରନ୍ତୁ ତାପରେ ପ୍ରସ୍ତୁତ ଘୋଳକୁ ଦେଇ ଉତ୍ତପମ ଆକାରରେ ବୁଲାଇ ଦିଅନ୍ତୁ । ଏହାର ଚାରିପଟେ ମଧ୍ୟ ତେଲ ଲଗାଇ ଦିଅନ୍ତୁ । ତାପରେ ତାକୁ ଓଲଟାଇ ଅନ୍ୟ ପାଖଟି ମଧ୍ୟ ଠିକ ସେହିପରି ସେକି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବ୍ରେଡ ଉତ୍ତାପମ । ଏହାକୁ ଆପଣ କାଢି ଗରମ ଗରମ ଯେ କୌଣସି ଚଟଣି ସହିତ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.