କରୋନା ପ୍ରଭାବ: ଆସନ୍ତା ୩୧ ତାରିଖ ଯାଏ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଆଜିଠାରୁ ପିପିଲିରେ ସମସ୍ତ ଗାଡି ଓ ଯାତ୍ରୀଙ୍କୁ କରାଯିବ ଯାଞ୍ଚ

ପୁରୀ: କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଛୁଟି ଦିନରେ କର୍ମଚାରୀମାନେ ଅଫିସ୍‌ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଅଧିକାରୀ ପୂର୍ବ ଅନୁମତି ବିନା ସଦର ମହକୁମା ଛାଡି ପାରିବେ ନାହିଁ । ଯେଉଁମାନେ ଛୁଟିରେ ଯାଇଥିବେ ସେମାନେ ତୁରନ୍ତ କାମରେ ଯୋଗଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆଜିଠାରୁ ପିପିଲିରେ ସମସ୍ତ ଗାଡି ଓ ଯାତ୍ରୀଙ୍କୁ ଯାଞ୍ଚ କରାଯିବ । ପରିବହନ ବିଭାଗ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଯାଞ୍ଚ କରିବେ । ଆବଶ୍ୟକ ହେଲେ ଗାଡି ଗୁଡ଼ିକୁ ଫେରାଇ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.