ଆସୀମ ରିୟାଜଙ୍କୁ ବଲିଉଡରେ ମିଳିଲା ବଡ଼ ବ୍ରେକ, ସଲମାନ ଖାନଙ୍କ ସହିତ ଏହି ଫିଲ୍ମରେ ଆସିବେ ନଜର

ଯଦିଓ ସେ ବିଗବସ ୧୩ର ଟ୍ରଫି ଜିତିପାରିନଥିଲେ କିନ୍ତୁ ଲୋକମାନଙ୍କର ହୃଦୟ ଜିତିନେଇଥିଲେ । ସେ ଆଉ କେହି ନୁହେଁ ଆମେ କହୁଛୁ ଆସୀମ ରିୟାଜଙ୍କ ବିଷୟରେ । ଏହି ଶୋ ପରେ ଆସୀମଙ୍କ ଲୋକପ୍ରିୟତା ବଢି ବଢି ଚାଲିଛି । ନିକଟରେ ଜ୍ୟାକଲିନ ଫର୍ନାଣ୍ଡିସଙ୍କ ସହିତ ତାଙ୍କର ଏକ ନୂଆ ଗୀତ ‘ମେରେ ଆଙ୍ଗନେ ମେ’ ରିଲିଜ ହୋଇଛି ଯାହାକୁ ଆସୀମଙ୍କ ଫ୍ୟାନ ମାନେ ବହୁତ ପସନ୍ଦ କରୁଛନ୍ତି । ତେବେ ନିକଟରେ ଆସୀମଙ୍କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳିଛି ।

Image result for asim riaz

ସୂଚନା ଅନୁଯାୟୀ ଆସୀମ ରିୟାଜ ସଲମାନ ଖାନଙ୍କ ସହିତ ଗୋଟିଏ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କୁ ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘କଭୀ ଇଦ କଭୀ ଦିୱାଲୀ’ ରେ ଅଭିନୟ କରିବା ପାଇଁ ଅଫର ମିଳିଛି । ଶୁଣିବାକୁ ମିଳୁଛି ଯେ ସଲମାନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ତାଙ୍କର ତିନି ଭାଇଙ୍କ ମଧ୍ୟରୁ ଜଣେ ଭାଇଙ୍କ ଚରିତ୍ରରେ ଆସୀମ ରିୟାଜଙ୍କୁ ଅଭିନୟ କରିବା ପାଇଁ ଅଫର ମିଳିଛି । ଯଦିଓ ଆସୀମ ଏହି ଅଫରକୁ ସ୍ୱୀକାର କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ କିନ୍ତୁ ବଲିଉଡରେ ଏହାଠାରୁ ବଡ଼ ବ୍ରେକ ଆସୀମଙ୍କ ପାଇଁ ଆଉ କିଛି ହୋଇପାରିବ ନାହିଁ ବୋଲି ଶୁଣିବାକୁ ମିଳିଛି ।

ବିଗବସ ୧୩ର ଫାଷ୍ଟ ରନର୍ସ ଅପ ରହିଥିବା ଆସୀମ ରିୟାଜ ଅତିଶୀଘ୍ର ନିଜ ବନ୍ଧୁ ହିମାଂଶୀ ଖୁରାନାଙ୍କ ସହିତ ‘କାଲା ସୋହନା ହୈ’ ନାମକ ଏକ ଗୀତରେ ନଜର ଆସିବାକୁ ଯାଉଛନ୍ତି । ତେବେ ତାଙ୍କର ଏହି ଗୀତ ମାର୍ଚ୍ଚ ୧୯ ତାରିଖରେ ରିଲିଜ ହେବାକୁ ଯାଉଛି ଯାହାକୁ ନେହା କକ୍କଡ଼ ଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.