Below header

ପ୍ରି-ମ୍ୟାରିଟାଲ କାଉନ୍‌ସେଲିଙ୍ଗ: ସମ୍ପର୍କଠାରୁ ଅଧିକ ସ୍ୱାସ୍ଥ୍ୟ ବିଷୟରେ କଥା ହେଉଛନ୍ତି ଦମ୍ପତି, ଆପଣ ବି କରେଇ ନିଅନ୍ତୁ ମ୍ୟାରିଟାଲ ହେଲ୍‌ଥ ଚେକ୍‌ଅପ

୨୦୧୮-୧୯ରେ ପ୍ରି ମ୍ୟାରିଟାଲ କାଉନ୍‌ସେଲିଙ୍ଗର ସାହାଯ୍ୟ ନେଇଥିବା ଲୋକଙ୍କ ସଂଖ୍ୟାରେ ୨୧.୬ ପ୍ରତିଶତ ବୃଦ୍ଧି ଘଟିଛି। ଏଥିରେ ପ୍ରି ମ୍ୟାରିଟାଲ ହେଲ୍‌ଥ କାଉନ୍‌ସେଲିଙ୍ଗ୍‌ କରିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ବୈବାହିକ ସମ୍ପର୍କ ବିଷୟରେ କାଉନ୍‌ସେଲିଙ୍ଗ କରିଥିବା ଲୋକଙ୍କ ସଂଖ୍ୟା ଥିଲା ୯ ପ୍ରତିଶତ। ସେହିପରି ସ୍ୱାସ୍ଥ୍ୟକୁ ନେଇ ୧୧ ପ୍ରତିଶତ ଲୋକ କାଉନ୍‌ସେଲିଙ୍ଗ କରିଥିଲେ। ୨.୬ ପ୍ରତିଶତ ଲୋକ ସମ୍ପର୍କ ବ୍ୟତୀତ ପରିବାରର ଅନ୍ୟ ସଦସ୍ୟଙ୍କ ସହ ସମ୍ପର୍କ ନିଭାଇବା ଉପରେ କାଉନ୍‌ସେଲିଙ୍ଗର ରାୟ ମାଗିଥିଲେ। ବିବାହ ସହ ଜଡ଼ିତ ଏକ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି।

ଏହାସହ ପଢ଼ନ୍ତୁ: ରାତିରେ ଶୋଇବା ପୂର୍ବରୁ ଯୁବତୀମାନେ ଖୋଲିକି ଶୁଅନ୍ତୁ ଏ ସବୁ ଜିନିଷ, ଛୁଇଁପାରିବନି ରୋଗ

ମ୍ୟାରେଜ୍‌ କାଉନ୍‌ସିଲର ଡା. ସନ୍ଧ୍ୟା ଅଗ୍ରଓ୍ଵାଲଙ୍କ କହିବା ମୁତାବକ, ପ୍ରି ମ୍ୟାରିଟାଲ ଚେକ୍‌ଅପ ଏମିତି ଏକ ସ୍ୱାସ୍ଥ୍ୟ ପରୀକ୍ଷା, ଯାହାକୁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତି ଖୁବ୍‌ଶୀଘ୍ର କରାଇନେବା ଉଚିତ। ଏହାଦ୍ୱାରା ସେମାନଙ୍କୁ ଉଭୟ ପାର୍ଟନରଙ୍କ ମଧ୍ୟରେ କୌଣସି ପ୍ରକାର ଜେନେଟିକ୍‌ ସମସ୍ୟା, ରକ୍ତ ସମ୍ବନ୍ଧୀୟ କିମ୍ବା ସଂକ୍ରମଣ ରୋଗ ବିଷୟରେ ଜଣାପଡ଼ିଯିବ।

marital2

ଏହାସହ ପଢ଼ନ୍ତୁ: ବିବାହିତା ନାରୀ ମନେ ରଖନ୍ତୁ ଏହି ୪ଟି କଥା, ଆପଣଙ୍କ ପାଇଁ ସବୁବେଳେ ଅତୁଟ ରହିବ ସ୍ୱାମୀଙ୍କ ପ୍ରେମ

ବିବାହ ପୂର୍ବରୁ ଏ ପ୍ରକାର ହେଲ୍‌ଥ ଚେକ୍‌ଅପର ଆଉ ଏକ କାରଣ ମଧ୍ୟ ରହିଛି। ଯେପରି ଗର୍ଭସ୍ଥ ସନ୍ତାନକୁ ତା’ ବାପା, ମା’ଙ୍କଠାରେ ଦେଖାଦେଉଥିବା ରୋଗ ଦାଉରୁ ରକ୍ଷା କରାଯାଇ ପାରିବ। ଆଜିକାଲି ସାରା ବିଶ୍ୱରେ ଜେନେଟିକ୍‌ ଏବଂ ବ୍ଲଡ୍‌ ଟ୍ରାନ୍ସମିଟେଡ୍‌ ରୋଗର ଆଶଙ୍କା ଦିନକୁ ଦିନ ବଢ଼ିଚାଲିଛି। ଏଥିପାଇଁ ପ୍ରି ମ୍ୟାରିଟାଲ ଚେକ୍‌ଅପ ବହୁତ ଜରୁରୀ ଅଟେ।

ବିବାହର ୬ ମାସ ପୂର୍ବରୁ

ପ୍ରି ମ୍ୟାରିଟାଲ ହେଲ୍‌ଥ ଚେକ୍‌ଅପ କେବେ ବି କରାଯାଇପାରିବ। କିନ୍ତୁ ବିବାହର ୬ ମାସ ପୂର୍ବରୁ ଏହି ଚେକ୍‌ଅପକୁ ଠିକ୍‌ ବୋଲି ଗଣାଯାଏ। ଫିଜିଶିୟନ୍‌ ଡା. ସଞ୍ଜୟ ମହାଜନ କୁହନ୍ତି, ପ୍ରି ମ୍ୟାରିଟାଲ ହେଲ୍‌ଥ ଚେକ୍‌ଅପରେ ୪ଟି ମେଡିକାଲ ଟେଷ୍ଟ ନିହାତି କରାଇନେବା ଉଚିତ। ଏଚ୍‌ଆଇଭି ଓ ଏସ୍‌ଟିଡି ସହ ଜଡ଼ିତ ଟେଷ୍ଟ, ବ୍ଲଡ୍‌ ଗ୍ରୁପ୍‌ ଉପଯୋଗୀ ଟେଷ୍ଟ, ଫର୍ଟିଲିଟି ଟେଷ୍ଟ ଏବଂ ଜେନେଟିକ୍‌ କିମ୍ବା ଅନ୍ୟାନ୍ୟ ମେଡିକାଲ କଣ୍ଡିଶନ ସହ ଜଡ଼ିତ ଟେଷ୍ଟ କପଲ୍ସଙ୍କ ପାଇଁ ବହୁତ ଜରୁରୀ। ଏହି ୪ଟି ଟେଷ୍ଟ ଜରିଆରେ ଆପଣ ଅନ୍ୟର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବିଷୟରେ ଜାଣିପାରିବେ।

marital3

ଏହାସହ ପଢ଼ନ୍ତୁ: ସ୍ମାର୍ଟ ନୁହେଁ, ବରଂ ଏହି ଟାଇପ୍‌ର ପୁଅଙ୍କୁ ବେଶି ପସନ୍ଦ କରନ୍ତି ଝିଅ

ବିଭିନ୍ନ ସମସ୍ୟାର ସମାଧାନ

ହେଲ୍‌ଥ କାଉନ୍‌ସେଲିଙ୍ଗରେ ଆଗେବପୂର୍ଣ୍ଣ ଭାବେ ହ୍ୟାଣ୍ଡେଲ କରିବା ଉପରେ ପରାମର୍ଶ ଦିଆଯାଇଥାଏ। କାରଣ, ବିବାହ ପରେ ଝିଅର ଆବେଗପ୍ରବଣ ସ୍ୱାସ୍ଥ୍ୟର ପୂରା ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ସେହିଭଳି ଆପଣଙ୍କୁ କେବେ ଛୁଆ ଜନ୍ମ କରିବାକୁ ହେବ, ତାହା କାଉନ୍‌ସେଲିଙ୍ଗରେ ମଧ୍ୟ କୁହାଯାଇଥାଏ। ଯେବେ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଷ୍ଟ୍ରଙ୍ଗ୍‌ ଥିବେ, ସେବେ ଛୁଆ ଜନ୍ମ ପାଇଁ ପରାମର୍ଶ ଦିଆଯାଇଥାଏ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି, ଭାବନା ଦ୍ୱାରା ପ୍ରଭାବିତ ହେଲେ ବ୍ରେନ୍‌ରୁ ବାହାରୁଥିବା ସିଗନାଲ୍‌ ଶରୀର ଶୁଣିଥାଏ। ଯଦି ଏହି ଭାବନା ଦୁଃଖରେ ଭରିରୁହେ, ତା’ହେଲେ ଏହା ଗର୍ଭାବସ୍ଥା ଏବଂ ପ୍ରସବକୁ ଦୁଃଖଦାୟକ କରିଦିଏ। ଅନ୍ୟପକ୍ଷରେ ମ୍ୟାରେଜ୍‌ କାଉନ୍‌ସିଲର ପ୍ରଶାନ୍ତ ଝାଙ୍କ କହିବା ଅନୁସାରେ, ମ୍ୟାରେଜ୍‌ କାଉନ୍‌ସେଲିଙ୍ଗର ଅନେକ ଫାଇଦା ରହିଛି। ଏହାଦ୍ୱାରା ଦୁଇଜଣଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି ହୋଇପାରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.