ଯାଜପୁର: ପୁଣି ଅଲୋ଼ଡା ହେଲା ଶିଶୁକନ୍ୟା। ନଦୀ ବନ୍ଧରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଗତକାଲି ବିଳମ୍ବିତ ରାତିରେ ରସୁଲପୁର ବ୍ଲକ ଖଣ୍ଡାସ ଛକ ନିକଟ ନଦୀବନ୍ଧରୁ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ଶାଢିରେ ଶିଶୁ କନ୍ୟାକନ୍ୟାକୁ ଗୁଡ଼ା ଯାଇଥିବା ଅବସ୍ଥାରେ କିଛି ଲୋକ ଦେଖିବାକୁ ପାଇଥିଲେ। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଶିଶୁ କନ୍ୟାକୁ ଉଦ୍ଧାର କରି ୱାନଷ୍ଟକ ସେଣ୍ଟରରେ ଭର୍ତ୍ତି କରାଯାଇଛି। ଶିଶୁକନ୍ୟା ୧୦/୧୨ ଦିନର ହୋଇଥିବା ବେଳେ ତାର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।