ଲାଲ୍‌ ସିଂ ଚଢ଼ା ଫିଲ୍ମ ସେଟ୍‌ରୁ ଅମୀର ଖାନ୍‌ ଓ କରୀନାଙ୍କ ଲୁକ୍‌ ଲିକ୍‌, ଦେଖନ୍ତୁ କେମିତି ଦିଶୁଛନ୍ତି ଏହି ଷ୍ଟାର

ବଲିଉଡ୍‌ ଅଭିନେତା ଅମୀର ଖାନ୍‌ ନିଜ ଆଗାମୀ ଫିଲ୍ମ ଲାଲ୍‌ ସିଂ ଚଢ଼ାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମ ସେଟ୍‌ରୁ ଅମୀର ଖାନ୍‌ ଓ କରୀନା କପୁରଙ୍କ କିଛି ଫଟୋ ଲିକ୍‌ ହୋଇଛି। ମାତ୍ର କିଛି ସମୟ ଭିତରେ ଉଭୟ ଆକ୍ଟରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହାସହ ପଢ଼ନ୍ତୁ: ମହିଳାଙ୍କୁ ଦୁର୍ବ୍ୟବହାର କରିବା ପରେ ଏବେ ସୋସିଆଲ ମିଡିଆରେ ଏମିତି ଟ୍ରୋଲ୍‌ ହେଉଛନ୍ତି ରାନୁ ମଣ୍ଡଳ

ଫଟୋରେ କରୀନାଙ୍କୁ ବିନା ମେକ୍‌ଅପ୍‌ ଦେଖିବାକୁ ମିଳିଛି। କରୀନା ଏକ ପର୍ପଲ ପିଙ୍କ କୁର୍ତ୍ତା ଏବଂ ଦୁପଟ୍ଟା ସହ ଧଳା ପାଇଜାମା ପିନ୍ଧିଥିବା ଦେଖିବାକୁ ମିଳିଛି। ସେହିପରି ଅମୀର ପର୍ପଲ ପଗଡ଼ି ସହ ପର୍ପଲ ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ବର୍ତ୍ତମାନ ଫିଲ୍ମର ସୁଟିଂ ପାଇଁ ଉଭୟ ଅମୀର ଓ କରୀନା ଚଣ୍ଡୀଗଡ଼ରେ ଅଛନ୍ତି।

ଏହି ଫିଲ୍ମ ପାଇଁ ଅମୀର ନିଜ ଗେଟ୍‌ଅପ୍‌ରେ ମଧ୍ୟ କେତେକ ପରିବର୍ତ୍ତନ କରିଛନ୍ତି। ଅମୀର ଲମ୍ବା ଦାଢ଼ି ରଖିଥିବା ବେଳେ ସିରିୟସ୍‌ ଲୁକ୍‌ ଦେଉଛନ୍ତି। ନିକଟରେ ଅମୀର ଟ୍ଵିଟରରେ ଫିଲ୍ମର ପ୍ରଥମ ମୋସନ୍‌ ଫଟୋ ସେୟାର କରି ଲେଖିଥିଲେ ଯେ କ୍ୟା ପତା ହମ୍‌ ହେ କାହାନୀ ୟା ହେ କାହାନୀ ମେ ହମ୍‌। ଦର୍ଶକମାନେ ଏହାକୁ ଖୁବ୍‌ ପସନ୍ଦ କରିଥିବା ଦେଖାଯାଇଛି।

ପୂର୍ବରୁ ୨୦୧୨ ମସିହାରେ ଅମୀର ଓ କରୀନାଙ୍କ ଯୋଡ଼ିକୁ ତଲାସ ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହା ଛଡ଼ା ଉଭୟେ ୩ ଇଡିୟଟ୍‌ସରେ ମଧ୍ୟ କାମ କରି ସାରିଛନ୍ତି। ହଲିଉଡ୍‌ ଫିଲ୍ମ ଫରେଷ୍ଟ ଗମ୍ପର ରିମେକ୍‌ ହେଉଛି ଲାଲ ସିଂ ଚଢ଼ା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.