Below header

ଜାଣନ୍ତିକି ଏହି ପାଞ୍ଚଟି ମାରାତ୍ମକ ରୋଗ ସହ ଲଢ଼ିବା ପାଇଁ ଗୋଟିଏ ଲେମ୍ବୁ ହିଁ କାଫି

ଭାରତୀୟ ଖାଦ୍ୟ ତାଲିକାରେ ଲେମ୍ବୁର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେ ସାଲାଡ ହେଉ ବା ସମ୍ବର ବା ଖେଚୁଡ଼ି ବା ଚାଟ ବିନା ଲେମ୍ବୁରେ ଏହି ସବୁର ସ୍ୱାଦ ଯେମିତି ଅଧୁରା ଲାଗିଥାଏ । ଅଧିକାଂଶ ତ କଳା ଲୁଣ ଓ ଜିରା ପାଉଡ଼ର ସହ ଲେମ୍ବୁ ଚାଟିବାକୁ ପସନ୍ଦ କରନ୍ତି । କିନ୍ତୁ ଜାଣନ୍ତିକି ବଜାରରେ ଖୁବ ସହଜରେ ମିଳୁଥିବା ଲେମ୍ବୁର ଅନେକ ଶରୀର ଉପଯୋଗୀ ଗୁଣ ରହିଛି । ପାଞ୍ଚ ପାଞ୍ଚଟି ଖତରନାକ ବୀମାରୀ ସହ ଲଢ଼ିବାରେ ଏହି ଲେମ୍ବୁ ବିଶେଷ ସହାୟକ ହୋଇଥାଏ ।

୧. ପାଚନ ଜନିତ ସମସ୍ୟା ଦୂର ହୁଏ:

-ଆଜିକା ସମୟରେ ପ୍ରାୟ ସମସ୍ତଙ୍କର ହଜମ ଜନିତ ସମସ୍ୟା ରହୁଥିବାର ଦେଖାଦେଉଛି । କିନ୍ତୁ ଯେଉଁମାନେ ନିୟମିତ ନଖ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ିକି ପିଉଛନ୍ତି ସେମାନଙ୍କର ହଜମ ଜନିତ ସମସ୍ୟା ରହିନଥାଏ । ନିୟମିତ ନିଜ ଦିନର ଆରମ୍ଭ ଏହି ପାଣି ସହ ହିଁ କରିବା ଉଚିତ ।

– ଏହି ଡ୍ରିଙ୍କ ଶରୀରରୁ ସମସ୍ତ ପ୍ରକାର ଟକ୍ସିନ ବାହାର କରିଦିଏ । ଯଦି ଆପଣ ଖାଲି ଲେମ୍ବୁ ପାଣି ପିଇପାରୁନାହାନ୍ତି ତେବେ ଏଥିରେ କିଛି କଳା ଲୁଣ ମିଶାଇ ପିଇପାରନ୍ତି । ଏହା ଡ୍ରିଙ୍କର ସ୍ୱାଦ ବଢାଇବା ସହ ପାଚନତନ୍ତ୍ରକୁ ବି ଦୃଢ କରିବ ।

୨. ଥଣ୍ଡା ଦାଉରୁ ରକ୍ଷା କରିଥାଏ:

ଆମେ ସମସ୍ତେ ଜାଣୁ ଯେ ଲେମ୍ବୁରେ ଭରପୁର ମାତ୍ରାରେ ଭିଟାମିନ- ସି ରହିଥାଏ । ନଖ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଥଣ୍ଡା, ସର୍ଦ୍ଦି, ଗଳା ଜନିତ ସମସ୍ୟା ଦୂର ହୋଇଥାଏ ।

Six benefits of drinking lemon water - Health - The Jakarta Post

୩. କିଡ୍ନୀ ଜନିତ ସମସ୍ୟା ଦୂର ହୁଏ:

କିଡ୍ନୀ ଷ୍ଟୋନ ସମସ୍ୟା ଦୂର କରିବାରେ ବି ଲେମ୍ବୁ ପାଣି ବିଶେଷ ଭୂମିକା ନିଭେଇଥାଏ । ଏଥିରେ ଥିବା ସାଇଟ୍ରିକ ଏସିଡ ଷ୍ଟୋନ ଜମିବାକୁ ଦେଇନଥାଏ ।

୪. ମୁହଁରେ ଉଜ୍ଜ୍ୱଳତା ଆଣେ:

– ଶରୀରରେ ଡିହାଇଡ୍ରେସନ ସମସ୍ୟା ରହିଲେ ମୁହଁ ଶୁଖିବା, ବାରମ୍ବାର ଶୋଷ ଲାଗିବା, ବାରମ୍ବାର ପରିସ୍ରା ଲାଗିବା ପରି ଲକ୍ଷଣମାନ ମଧ୍ୟ ଦେଖାଦିଏ ।

ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲେମ୍ବୁର ବ୍ୟବହାର କରିବା ଉଚିତ ।

୫.ଓଜନ ନିୟନ୍ତ୍ରଣରେ ରଖେ:

-ଏସବୁ ବ୍ୟତୀତ ଓଜନ ନିୟନ୍ତ୍ରଣରେ ବି ଲେମ୍ବୁର ଏକ ବିଶେଷ ଭୂମିକା ରହିଛି । ମେଦବହୁଳତା କାରଣରୁ ହାଇପରଟେନଶନ, ହାର୍ଟ ଆଟାକ, କାର୍ଡିଓ ଭାସ୍କୁଲାର ଜନିତ ରୋଗ ଦେଖାଦିଏ । କିନ୍ତୁ ଲେମ୍ବୁର ନିୟମିତ ସେବନ ଦ୍ୱାରା ଓଜନରେ ନିୟନ୍ତ୍ରଣ ହେବା ସହ ଏହି ସବୁ ରୋଗରୁ ମୁକ୍ତି ମିଳିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.