Below header

କରୋନାରେ ବ୍ଳାକ ଫଙ୍ଗସ୍ ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

କରୋନା ମହାମାରୀ ସମୟରେ ବ୍ଲାକ ଫଙ୍ଗସ୍ ଲୋକଙ୍କୁ ଶିକାର କରିବାରେ ଲାଗିଛି । ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ , ମହାରାଷ୍ଟ୍ର ସମେତ ଦେଶର ଅନେକ ରାଜ୍ୟରେ ଏହି ରୋଗ ଦେଖାଯାଉଛି । ଇଣ୍ଡିଆନ କାଉଂସିଲ ଫର ମେଡିକାଲ ରିସର୍ଚ୍ଚ ଅନୁଯାୟୀ ଏହା ଏକ ଦୁଲର୍ଭ ରୋଗ, ଯାହା ଶରୀରରେ ଖୁବ ଶୀଘ୍ର ବ୍ୟାପିଥାଏ । ଏହା ସେହି ଲୋକ ମାନଙ୍କ ମଧ୍ୟରେ ଅଧିକ ଦେଖାଯାଉଛି ଯେଉଁମାନେ କରୋନା ପୂର୍ବରୁ ଅନ୍ୟ ରୋଗରେ ପୀଡିତ ଥିଲେ କିମ୍ବା ଯେଉଁମାନଙ୍କ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ଅଛି । ତେବେ ଚାଲନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଓ ନିରାକରଣ ସଂପର୍କରେ ।

ଏହା ବାୟୂ ଦ୍ୱାରା ସଂକ୍ରମିତ ହୋଇଥାଏ । ସଂକ୍ରମିତ ହେବା ପରେ ସାଧାରଣତଃ ଜ୍ୱର ଆସେ, ମୁଣ୍ଡ ବିନ୍ଧା ହୁଏ, କାଶ ସହ ନିଶ୍ୱାସ ନେବାରେ କଷ୍ଟ ହୁଏ । ଏହାଦ୍ୱାରା ଆଖି ଲାଲ ପଡିଯାଏ । ଆଖି ଯନ୍ତ୍ରଣା ହେବା ସହ ଆଖି ଫୁଲିଯାଏ । ଦେଖିବାରେ ସମସ୍ୟା ହୁଏ । ମୁହଁ ଦର୍ଜ ହେବା ସହ ଦାନ୍ତରେ ପୀଡା ଅନୁଭବ ହୁଏ । କାଶିବା କିମ୍ବା ବାନ୍ତି କରିବା ସମୟରେ ରକ୍ତ ପଡିଥାଏ ।

ତେବେ ଏଥିରୁ ରକ୍ଷା ପାଇବା ପାଇଁ ଏହି ଉପାୟ ଆପଣଣାନ୍ତୁ ।

– ମାସ୍କ ବ୍ୟବହାର କରନ୍ତୁ ।

– ମାଟି ଓ ଧୂଳି ସ୍ଥାନକୁ ଗଲେ ଜୋତା, ଗ୍ଳବ୍ସ ଏବଂ ଫୁଲ ସାର୍ଟ ପିନ୍ଧନ୍ତୁ ।

– ସଫା ସୁତରା ରୁହନ୍ତୁ ।

– ମଧୁମେହ ରୋଗୀ ହୋଇଥିଲେ ବିଶେଷ ରୂପେ ଧ୍ୟାନ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.