ଉଗ୍ର ରୂପ ନେଉଛି ତାଉ-ତେ: କର୍ଣ୍ଣାଟକରେ ୪ ମୃତ, ଗୋଆରେ ପ୍ରବଳ ପବନ ସାଙ୍ଗକୁ ଲାଗିରହିଛି ବର୍ଷା

ସାମୁଦ୍ରିକ ବାତ୍ୟା ତାଉ-ତେ ଗୋଆ ଉପକୂଳରେ ଲ୍ଯାଣ୍ଡଫଲ କରିଛି। ଏଥିପାଇଁ ସମୁଦ୍ରରେ ପ୍ରବଳ ଜୁଆର ଆସି ସମୁଦ୍ର ନିକଟସ୍ଥ ଗାଁଗୁଡିକରେ ପଶିଛି। ପ୍ରବଳ ବର୍ଷା ଏବଂ ପବନ ବୋହୁଛି। ଅନେକ ଗଛ ରାସ୍ତା ଉପରେ ପଡିରହିଛି।

ଏହା କାରଣରୁ କର୍ଣ୍ଣାଟକର ୬ଟି ଜିଲ୍ଲାରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୭୩ଟି ଗାଁ ବିଧ୍ବସ୍ତ ହୋଇଯାଇଥିବା କଥା ରବିବାର ଦିନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳର ବାତ୍ୟା ପରିସ୍ଥିତି ଉପରେ ଧ୍ୟାନ ରଖିଛୁ। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତରେ ସୁନିଶ୍ଚିତ ହେବା ଲାଗି ପ୍ରଭାବିତ ଜିଲ୍ଲା ଦାୟିତ୍ବରେ ଥିବା ମନ୍ତ୍ରୀ ଓ ଜିଲ୍ଲାପାଳମାନଙ୍କ ସହ ମୁଁ ଯୋଗାଯୋଗ ରଖିଛି।

ଅନ୍ଯପଟେ ସାମୁଦ୍ରିକ ବାତ୍ୟା ତାଉ ତେର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ପ୍ରସ୍ତୁତ ରହିଛନ୍ତି। ଏଥିପାଇଁ ୫୮୦ କୋଭିଡ ରୋଗୀଙ୍କୁ ଅନ୍ଯ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.