Below header

ଅଣ୍ଡା ଚୋରି କରି ନିଲମ୍ବିତ ହେଲେ ପୋଲିସ୍ ବାବୁ, ଭାଇରାଲ୍ ହେଉଛି ଏହି ଭିଡିଓ

ଚଣ୍ଡିଗଡ଼: ଅଣ୍ଡା ଚୋରି କରିବା ପୋଲିସ୍ ବାବୁଙ୍କୁ ପଡିଲା ମହଙ୍ଗା। ଶେଷରେ ଚାକିରିରୁ ହେଲେ ନିଲମ୍ବିତ। ପଞ୍ଜାବ ଚଣ୍ଡିଗଡ଼ ଠାରୁ ପ୍ରାୟ ୪୦ କିଲୋମିଟର ଫତେଗଡ଼ ସାହିବ ସହରରେ ଦେଖିବାକୁ ମିଳିଛି ଏମିତି ଏକ ଲଜ୍ଜାକର ଘଟଣା । ପଞ୍ଜାବ ପୋଲିସର ଜଣେ ହେଡ‌୍‍ କନଷ୍ଟେବଳ  ପ୍ରୀତପାଲ ସିଂହଙ୍କ ନାଁରେ ଆସିଛି ଏହି ଅଭିଯୋଗ।

ଘଟଣା ମୁତାବକ, ପ୍ରୀତପାଲ ସିଂହ ଏକ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମୋବାଇଲରେ ଭିଡିଓଟିକୁ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ଯାହାପରେ ପ୍ରୀତପାଲଙ୍କୁ ନିଲମ୍ୱନ କରାଯିବ ସହ ତାଙ୍କ ବିରୋଧରେ ତଦନ୍ତ ନିଦ୍ଦେର୍ଶ ଦିଆଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରୀତପାଲ ସିଂହ ପୋଲିସ୍ ପୋଷାକରେ ଥାଇ ରାସ୍ତା କଡରେ ଠିଆ ହୋଇଥିବା ଏକ ଅଣ୍ଡା ବୋଝେଇ ଠେଲା ଗାଡ଼ିରୁ ଅଣ୍ଡା ଚୋରି କରୁଛନ୍ତି । ଉକ୍ତ ଠେଲା ଗାଡିର ମାଲିକ ନଥିବାର ସୁଯୋଗ ନେଇ, ଆଖପାଖରେ ଟିକେ ନଜର ପକାଇ ପ୍ରୀତପାଲ ସେହି ଠେଲା ଗାଡ଼ିରୁ କେତୋଟି ଅଣ୍ଡା ଆଣି ନିଜ ପକେଟରେ ପୂରାଇ ଦେଉଛନ୍ତି। ଏହା ପରେ ଉକ୍ତ ଠେଲା ଗାଡ଼ିର ମାଲିକ ଆସିଯିବାପରେ,  ସେଠାରୁ ସେ ଏକ ଅଟୋକୁ ଅଟାକାଇ ସେଥିରେ ବସି ଛୁ ମାରୁଛନ୍ତି।

ଏହି ଭିଡିଓଟି ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିଦ୍ଦେର୍ଶ ଦିଆଯାଇଥିବା ନେଇ ପଞ୍ଜାବ ପୋଲିସ‌୍‍ ପକ୍ଷରୁ ଟ୍ୱିଟ‌୍‍ କରି ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.