Reliance Jioର ଦମଦାର ଅଫର, ଗୋଟିଏର ରିଚାର୍ଜ କଲେ ଅନ୍ୟଟି ସମ୍ପୂର୍ଣ୍ଣ ମାଗଣା

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ Reliance Jio ନିଜ ୟୁଜର୍ସ ମାନଙ୍କ ପାଇଁ ଏକ ଧମାକାଦାର ପ୍ଲାନ ବଜାରରେ ଲଞ୍ଚ କରିଛି | ଏହି ପ୍ଲାନଟି ଜିଓର ଫୋନ ୟୁଜର୍ସ ମାନଙ୍କ ପାଇଁ ଲଞ୍ଚ କରାଯାଇଛି । ଏହି ପ୍ଲାନ ଅନୁସାରେ ଗ୍ରାହକ ମାନେ ଗୋଟିଏ ରିଚାର୍ଜ କଲେ ଅନ୍ୟ ଏକ ପ୍ଲାନର ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ । ଅର୍ଥାତ ଆପଣଙ୍କୁ ଗୋଟିଏ ରିଚାର୍ଜ ମୂଲ୍ୟରେ ଦୁଇଟି ରିଚାର୍ଜର ସୁବିଧା ମିଳିପାରିବ । ଯେଉଁ ମାନେ କରୋନା ମହାମାରୀ କାରଣରୁ ନିଜ ରିଚାର୍ଜ କରି ପାରୁନାହାନ୍ତି କେବଳ ସେମାନଙ୍କ ପାଇଁ ହିଁ କମ୍ପାନୀ ପକ୍ଷରୁ ଏହିତି ଏକ ସ୍ପେଶାଲ ପ୍ଲାନ ଲଞ୍ଚ କରାଯାଇଛି ।

reliance jio one

jio ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁଯାୟୀ ନୂଆ ଅଫରରେ ନିଜ ଫୋନକୁ ରିଚାର୍ଜ କରିଛନ୍ତି ତେବେ ତାଙ୍କୁ ପର ମାସର ରିଚାର୍ଜ ସମ୍ପୂର୍ଣ୍ଣ ମାଗଣାରେ ମିଳିବ । ଉଦାହରଣ ସ୍ୱରୂପ ଯଦି ଆପଣ jio phoneରେ ୭୫ ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୭୫ ଟଙ୍କାର ଅନ୍ୟ ଏକ ପ୍ଲାନର ସୁବିଧା ମାଗଣାରେ ମିଳିଯିବ | ଏହା ସହ ୟୁଜର ମାନଙ୍କୁ ୧୦ ମିନିଟ ପାଇଁ ଫ୍ରି କଲିଙ୍ଗ ସୁବିଧା ବି ମିଳିବ । ମାନେ ପ୍ରତିମାସ ଉପଭୋକ୍ତା ମାନେ ୩୦୦ ମିନିଟର ଫ୍ରି ଆଉଟ ଗୋଇଙ୍ଗ ସୁବିଧାର ଲାଭ ନେଇପାରିବେ । ଇନ କମିଙ୍ଗ କଲ ପାଇଁ କିନ୍ତୁ କୌଣସି ଦେୟ ଦେବାକୁ ପଡିବ ନାହିଁ । କିନ୍ତୁ କୋଭିଡ ପରେ ଉପଭୋକ୍ତାଙ୍କୁ ଏହାର ସୁବିଧା ମିଳିବ କି ନାହିଁ ସେନେଇ ସ୍ପଷ୍ଟ ହୋଇପାରିନାହିଁ ।

କହିରଖୁଛୁକି jio phone ୟୁଜର୍ସଙ୍କ ପାଇଁ ଅନେକ ପ୍ରିପେଡ଼ ପ୍ଲାନ ସୁବିଧା ଥିବା ବେଳେ ଏହାର ମୂଲ୍ୟ ୭୫ ଟଙ୍କାରୁ ଆରମ୍ଭ ହୋଇ ୭୪୯
ଟଙ୍କା ପର୍ଯ୍ୟନ୍ତ ରହିଛି ।ଯେଉଁଥିରେ ଅନଲିମିଟେଡ଼ କଲିଙ୍ଗ, ଡାଟା ସହ ଅନ୍ୟ ବେନିଫିଟ୍ସ ମଧ୍ୟ ମିଳିପାରିବ । ଏହି ସବୁ ପ୍ଲାନ ପାଇଁ ୟୁଜର୍ସ ମାନଙ୍କୁ ମାଗଣା ସବସ୍କ୍ରିପସନ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.