Below header

ମହାମାରୀ ସମୟରେ ଡେଙ୍ଗୁର ଏହି ସବୁ ଲକ୍ଷଣ ଉପରେ ରଖନ୍ତୁ ଧ୍ୟାନ

ସ୍ୱାସ୍ଥ୍ୟ ହିଁ ସଂପଦ । ଏହାକୁ ଦୃଷ୍ଟିରେ ରଖି ଅନେକ ଦିବସ ପାଳନ କରାଯାଏ । ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ବାର୍ତ୍ତା ଦିଆଯାଏ । ତେବେ ଆଜି ହେଉଛି ବିଶ୍ୱ ଡେଙ୍ଗୁ ଦିବସ । ଯାହାକି ମଶା ମାନଙ୍କ ଦ୍ୱାରା ହୋଇଥାଏ । ଏମାନଙ୍କ ପାଇଁ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ଦେଖାଯାଏ । ଯାହାଦ୍ୱାରା ବ୍ୟକ୍ତି ମୃତ୍ୟୁ ବରଣ କରିଥାଏ । ଏଥିପାଇଁ ଲୋକଙ୍କୁ ଜାଗ୍ରତ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରତିବର୍ଷ ମଇ ୧୬ ତାରିଖକୁ ଜାତୀୟ ଡେଙ୍ଗୁ ଦିବସ ରୁପେ ପାଳନ କରାଯାଏ ।

ତେବେ ଏବେ କରୋନା ସମୟରେ ଏଥିପାଇଁ ଅଧିକ ଯତ୍ନବାନ ହେବା ଆବଶ୍ୟକ । ମହାମାରୀ ସମୟରେ ଏଭଳି କିଛି ଲକ୍ଷଣ ଦେଖାଯାଉଥିଲେ ବିଲକୁଲ ବି ନଜରଅନ୍ଦାଜ କରନ୍ତୁ ନାହିଁ । ଜାଣି ନିଅନ୍ତୁ ସେହି ସବୁ ଲକ୍ଷଣ ।

-ଡେଙ୍ଗୁର ଲକ୍ଷଣ ୪-୫ଦିନ ମଧ୍ୟରେ ଦେଖାଯାଏ ।

– ଲକ୍ଷଣରେ ଜ୍ୱର, ମୁଣ୍ଡ ବିନ୍ଧା, ମାଂସପେଶୀରେ ଦର୍ଜ, ବାନ୍ତି, ମନ ଅଶାନ୍ତ ରହିବା, ଆଖି ପୋଡିବା, ତ୍ୱଚାରେ ରଙ୍ଗ ପରିବର୍ତ୍ତନ ହେବା , ତଣ୍ଟି ଦର୍ଜ ହେବା ଭଳି ଆଦି ଲକ୍ଷଣ ଦେଖାଯାଏ ।

– ଏହା ଗମ୍ଭୀର ହେଲେ ପେଟରେ ଯନ୍ତ୍ରଣା , ଲଗାତାର ଭାବେ ବାନ୍ତି ହେବା, ନାକ ଓ ମାଢ଼ିରୁ ରକ୍ତସ୍ରାବ ହେବା, ମଳ, ମୂତ୍ର ଆଦିରେ ରକ୍ତ ପଡିବା, ନିଶ୍ୱାସ ନେବାରେ କଷ୍ଟ ହେବା, ହାଲିଆ ଲାଗିବା ଭଳି ସମସ୍ୟା ଦେଖାଯାଏ ।

ତେବେ ଏଭଳି ସମସ୍ୟା ଦେଖାଦେଲେ ପ୍ରାଥମିକ ଚିକିତ୍ସା କରିବାକୁ ଭୁଲନ୍ତୁ ନାହିଁ ।

– ପ୍ରଥମେ କମ୍ପ୍ଲିମେଣ୍ଟ ବ୍ଲଡ କାଉଣ୍ଟ ଟେଷ୍ଟ କରାନ୍ତୁ । ଏହାଦ୍ୱାରା ଶରୀରରେ ପ୍ଲେଟଲେଟସ୍ ର ସ୍ଥିତି ବିଷୟରେ ଆପଣ ଜାଣିପାରିବେ ।

– ପିସିଆର ଟେଷ୍ଟ କରାନ୍ତୁ ।

– ଡେଙ୍ଗୁ ଏନଏସ୧ ଏଜି ପାଇଁ ଏଲିସା ଟେଷ୍ଟ କରନ୍ତୁ । ଏହାଦ୍ୱାରା ରକ୍ତରେ ଡେଙ୍ଗୁ ଭାଇରସର ଆଣ୍ଟିଜେନ ସଂପର୍କରେ ସୂଚନା ମିଳିବ ।

– ଏହସମୟରେ ପ୍ରଚୁର ପାଣି ପିିଇବା ଆବଶ୍ୟକ ।

– କାଢ଼ା, ପଇଡ ପାଣି, ଡାଳିମ୍ବ ଭଳି ଫଳ ଆଦିର ସେବନ କରିପାରିବେ ।

– ଖେଚୁଡି ମଧ୍ୟ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.