ଆମ୍ବ ଏବଂ କ୍ଷୀରରେ ବନାନ୍ତୁ ଟେଷ୍ଟି କେକ୍, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଗରମ ଦିନରେ ଆମ୍ବ ଖାଇବାର ମଜା କିଛି ଅଲଗା। ଅନେକ ଲୋକ ଗରମ ଦିନକୁ କେବଳ ଆମ୍ବ ଖାଇବାକୁ ଅପେକ୍ଷା କରିଥାନ୍ତି। କଞ୍ଚା ଆମ୍ବ ଖାଇବା ପାଇଁ ଯେତିକି ଲୋକ ଭଲପାଆନ୍ତି, ପାଚିଲା ଆମ୍ବ ଖାଇବା ପାଇଁ ମଧ୍ୟ ସେତିକି ଭଲ ପାଆନ୍ତି। ଆମ୍ବରେ ବିଭିନ୍ନ ପ୍ରକାର ବ୍ଯଞ୍ଜନ କରି ଖାଇବାକୁ ସମସ୍ତଙ୍କ ଇଚ୍ଛା। ତେବେ ମ୍ଯାଙ୍ଗୋ ମିଲ୍କ କେକ୍ ରେସିପି କେମିତି କରିବେ ଜାଣନ୍ତୁ:

ଆବଶ୍ଯକୀୟ ସାମଗ୍ରୀ: ୧/୨ ଲିଟର କ୍ଷୀର, ୪ ଚାମଚ ଚିନି, ଆମ୍ବ, ନଡିଆ କୋରା, ଡ୍ରାଏ ଫ୍ରୁଟ୍ସ, ଗୁଜୁରାତି ପାଉଡର, ଖୁଆ, ଅମୁଲ ପାଉଡର।

mango
photo credit: India.com

 

ପ୍ରସ୍ତୁତି ପ୍ରଣାଳୀ: ଆମ୍ବକୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରରେ ପ୍ଯୁରୀ ଭଳି ପେଷ୍ଟ କରିଦିଅନ୍ତୁ। ଏବେ ଏକ ପାତ୍ରରେ କ୍ଷୀର ଗରମ କରି ଏହାକୁ ବାରମ୍ବାର ଘାଣ୍ଟନ୍ତୁ । ୧୦ରୁ ୧୨ ମିନିଟ ଘାଣ୍ଟିଲା ପରେ କ୍ଷୀର ଟିକେ ମୋଟା ହେବା ପରେ ସେଥିରେ ଆମ୍ବ ପ୍ଯୁରୀ, ଖୁଆ, ଅମୁଲ ପାଉଡର ଏବଂ ଚିନି ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ। ୨-୩ ମିନିଟ୍ ଲଗାତାର ଚଲାନ୍ତୁ। ଏବେ ଏଥିରେ ଗୁଜୁରାତି ପାଉଡର, କଟା ହୋଇଥିବା ଡ୍ରାଏ ଫ୍ରୁଟ୍ ପକାଇ ଗାଢ ହେବା ଯାଏ ଘାଣ୍ଟନ୍ତୁ। ୫ ମିନିଟ୍ ପର୍ଯ୍ଯନ୍ତ ଘାଣ୍ଟିବା ପରେ ଗ୍ଯାସ ବନ୍ଦ କରନ୍ତୁ। ଏବେ ଏହାକୁ ପ୍ଲେଟରେ କାଢି ସେଥିରେ ଡ୍ରାଏ ଫ୍ରୁଟ ପକାଇ ରଖିଦିଅନ୍ତୁ। ଏବେ ଏହାକୁ ମନ ପସନ୍ଦର ସାଇଜରେ କାଟି ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.