Below header

ଘରେ ବନାନ୍ତୁ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ପିଜ୍ଜା ଆମଲେଟ୍‌, ଟେଷ୍ଟରେ ଏକଦମ୍‌ ଜବରଦସ୍ତ

ପିଲାଙ୍କ ପସନ୍ଦର ଫୁଡ୍‌ ବିଷୟରେ କହିବା ତ ସେଥିରେ ପିଜ୍ଜାର ନିଶ୍ଚୟ ଆସିଥାଏ। କିନ୍ତୁ ମଇଦା ସ୍ୱାସ୍ଥ୍ୟକୁ କ୍ଷତି ପହଁଚାଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ପିଜ୍ଜା ଆମଲେଟ ରେସିପି ନେଇ ଆସିଛୁ। ଯାହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଫାଇଦା ଉପଯୋଗୀ ହୋଇଥାଏ। ଏହାର ସୁଆଦିଆ ସ୍ୱାଦ ପିଲାମାନଙ୍କୁ ବି ଖୁବ୍‌ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଅଣ୍ଡା –୪ଟି
  • ପନୀର – ୧୦୦ ଗ୍ରାମ
  • ମଶରୁମ୍‌ – ୫୦ ଗ୍ରାମ
  • ଅଲିଭ ଅଏଲ – ୨ ଛୋଟ ଚାମଚ
  • ଅରିଗାନୋ – ୧/୨ ଛୋଟ ଚାମଚ
  • ଚିଲ୍ଲୀ ଫ୍ଲେକ୍ସ – ୧/୨ ଛୋଟ ଚାମଚ
  • ଅଲିଭ୍‌ – ୨ରୁ୩ (କଟା ହୋଇଥିବା)
  • ଲୁଣ – ସ୍ୱାଦାନୁସାରେ
  • ଗୋଲମରୀଚ – ସ୍ୱାଦାନୁସାରେ
  • ପିଆଜ – ୨ ବଡ ଚାମଚ (କଟା ହୋଇଥିବା)
  • ଟମାଟୋ ସସ୍‌ – ଆବଶ୍ୟକ ଅନୁସାରେ
  • ପାସ୍ତା ସସ୍‌ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ପ୍ୟାନରେ ଗୋଟେ ବଡ ଚାମଚ ତେଲ ଗରମ କରନ୍ତୁ।
  • ଏଥିରେ ପରିବା ୫ ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରି ବାହାର କରିଦିଅନ୍ତୁ।
  • ଏବେ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ। ସେହି ଅଣ୍ଡାରେ ଅରିଗାନୋ, ଲୁଣ, ଚିଲ୍ଲୀ ଫ୍ଲେକ୍ସ, ଗୋଲମରୀଚ ପକାଇ ଫେଣ୍ଟନ୍ତୁ।
  • ପ୍ୟାନରେ ବଳକା ଥିବା ତେଲ ଗରମ କରି ଅଣ୍ଡାକୁ ପକାନ୍ତୁ।
  • ଆମଲେଟ୍‌ ଉପରେ ଟମାଟୋ ଏବଂ ପାସ୍ତା ସସ୍‌ ଲଗାନ୍ତୁ।
  • ଏବେ ଏହା ଉପରେ ପରିବା, ପନୀର ଏବଂ ମସଲା ପକାଇ ଦିଅନ୍ତୁ।
  • ଆମଲେଟ୍‌ ଭଲଭାବେ ଭାଜି ହୋଇଗଲା ପରେ ଏହାକୁ ପ୍ଳେଟକୁ ବାହାର କରି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.