ଶୀତୁଆ ପାଗରେ ଚଟପଟା ଖାଇବାକୁ ଇଚ୍ଛା ହେଉଛି କି ତାହେଲେ ବନାନ୍ତୁ ସାଗୁ ଦାନା ପକୋଡି

କଣ ଆପଣଙ୍କୁ କିଛି ଚଟପଟା ଖାଇବାକୁ ଇଚ୍ଛା ହେଉଛି। ତାହେଲେ ଆପଣ ସାଗୁ ଦାନା ପକୋଡି ବନାଇ ଖାଇପାରିବେ। ଯାହା ଖାଇବାକୁ ବହୁତ ସ୍ୱାଦିଷ୍ଟ। ତାହେଲେ ଆସନ୍ତୁ ଜାଣିବା ଚଟପଟା ସାଗୁ ଦାନା ପକୋଡି କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

ସିଝା ଆଳୁ – ୨ଟି
କଞ୍ଚା ଲଙ୍କା – ୨ଟି
ବାଦାମ – ୧/୪ କପ୍‌
ଅଟା – ଏକ ଗିନା
ଜୀରା – ଅଧା ଚାମଚ
କଟା ଟମାଟୋ
ଧନିଆ ପତ୍ର – କଟା ହୋଇଥିବା

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଅଟା, ସିଝା ଆଳୁ, କଞ୍ଚା ଲଙ୍କା, ଜୀରା, ସାଗୁ ଦାନା, ବାଦାମ ଏବଂ କଟା ଟମାଟୋକୁ ପକାଇ ଦିଅନ୍ତୁ। କଟା ଧନିଆ ପତ୍ର, ବିଟ ଲୁଣ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏକ ପ୍ୟାନରେ ତେଲ ପକାଇ ଗରମ ହେବାକୁ ଛାଡନ୍ତୁ। ତେଲ ଗରମ ହେବା ପରେ ମିକ୍ସ କରି ରଖିଥିବା ମିଶ୍ରଣକୁ ଛୋଟ ଛୋଟ ଟିକା ଆକାରର ବନାଇ ଗରମ ତେଲରେ ଛାଣନ୍ତୁ। ଏହାକୁ ଲାଲ ହେବା ପଯ୍ୟର୍ନ୍ତ ଫ୍ରାଏ କରନ୍ତୁ। ଏହା ଭଲଭାବେ ଚାଣି ହୋଇଗଲା ପରେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ସାଗୁଦାନା ପକୋଡି। ଆପଣ ଏହାକୁ ଗରମା ଗରମ ସର୍ଭ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.