ଛିଃ ଲଜ୍ଜା! ଶ୍ୱଶୁର ଲୁଟିଲା ବୋହୂର ଇଜ୍ଜତ, ବିରୋଧ କରିବାରୁ ପୁଅକୁ ଗୁଳି କରି ମାରିଲା

ଶ୍ୱଶୁର ଲୁଟିଲା ବୋହୂର ଇଜ୍ଜତ। ଘରେ କେହି ନଥିବା ବେଳେ ଏକୁଟିଆର ସୁଯୋଗ ନେଇ ବୋହୂ ସହ ଜବରଦସ୍ତି ସମ୍ପର୍କ ରଖିଲା ଶ୍ୱଶୁର। ଭୁଲିଗଲା ସବୁ ମର୍ଯ୍ୟାଦା। ଆଉ ପରେ ବୋହୂ ସମସ୍ତ ଆଗରେ ସତ କହିବାରୁ ଗୁଳି କରିମାରିଦେଲା ନିଜ ଜନ୍ମ କଲା ପୁଅକୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁରଦାବାଦରେ। ଏଠାରେ ଜଣେ ୫୬ ବର୍ଷୀୟ ବ୍ୟକ୍ତି ନିଜ ବଡ଼ ପୁଅକୁ ଗୁଳି କରି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଓ ତାଙ୍କ ସାନ ପୁଅ ଏବେ ଫେରାର ଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ନଭେମ୍ବର ୨୫ ବୁଧବାର ଦିନ ଘରର ସମସ୍ତ ସଦସ୍ୟ ଏକ ବିବାହ କାର୍ଯ୍ୟକ୍ରମକୁ ଯାଇଥିଲେ। ସେତେବେଳେ ଘରେ ଏକୁଟିଆ ଥିଲେ ବଡ଼ ବୋହୂ ଓ ଶ୍ୱଶୁର। ଘରେ କେହି ନଥିବାର ସୁଯୋଗ ନେଇ ଶ୍ୱଶୁର ବୋହୂକୁ ଦୁର୍ଷ୍କମ କରିବାକୁ ଚେଷ୍ଟା କରିଥିଲା। ବୋହୂ ବିରୋଧ କରିବାରୁ ତା’ସହ ଜବରଦସ୍ତି ସମ୍ପର୍କ ରଖିଥିଲା ଶ୍ୱଶୁର।

ଶନିବାର ଦିନ ପରିବାରର ସମସ୍ତେ ଘରକୁ ଫେରିବା ପରେ ବୋହୂ ସ୍ୱାମୀଙ୍କ ଆଗରେ ଶ୍ୱଶୁରଙ୍କ କାରନାମା ବଖାଣିଥିଲା। ଏହା ପରେ ଘରେ ବାପ-ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ଝଗଡ଼ାରେ ସାନ ବୋହୂ ବାପାଙ୍କ ପକ୍ଷ ନେଇଥିଲା। ପରେ ଝଗଡ଼ା ଉଗ୍ରରୂପ ନେବାରୁ ଅଭିଯୁକ୍ତ ଶ୍ୱଶୁର ଏକ ବନ୍ଧୁକ ଆଣି ନିଜ ବଡ଼ ପୁଅକୁ ହିଁ ଗୁଳି କରିଥିଲେ। ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲା ବେଳେ ବାପା ଓ ସାନ ଭାଇ ଘର ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି।

ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ହତ୍ୟା, ବଧୂ ନିର୍ଯାତନା ଓ ଯୌନ ଉତ୍ପୀଡ଼ନ ଭଳି ଦଫା ଲଗାଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ମାମଲାରେ ପରିବାର ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଏଥିସହ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ଥାନା ଅଧିକାରୀ କହିଛନ୍ତି। ପ୍ରକାଶ ଯେ, ମୃତକଙ୍କ ବିବାହ ବର୍ଷେ ତଳେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.