ଡାଏଟରେ ରହିଛନ୍ତି କି ? ଆଜି ଟ୍ରାଏ କରନ୍ତୁ କିଟୋ ବଟର ଚିକେନ

ନିଜକୁ ଫିଟ ରଖିବା ପାଇଁ ଅନେକ ବଲିଉଡ ସେଲିବ୍ରିଟି କିଟୋ ଡାଏଟ୍ ଫଲୋ କରୁଛନ୍ତି। ଯଦି ଆପଣ ସ୍ବାଦିଷ୍ଟ ସହିତ ହେଲଥି କିଛି ଖାଇବାକୁ ଚାହୁଁଛନ୍ତି, ତେବେ କିଟୋ ଫ୍ରେଣ୍ଡଲୀ ବଟର ଚିକେନ ଆପଣଙ୍କ ପାଇଁ ବିଲକୁଲ ପରଫେକ୍ଟ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ଯକୀୟ ସାମଗ୍ରୀ: ବୋନଲେସ ଚିକେନ, ବଟର, କସୁରୀ ମେଥି, ଟମାଟୋ ପ୍ଯୁରୀ, ହେଭି କ୍ରିମ, ଆଭାକାଡୋ ତେଲ, ପାଣି, ହଲଦି ପାଉଡର, ଲଙ୍କା ପାଉଡର, ଗୋଲମରିଚ ଗୁଣ୍ଡ, ଧନିଆ ପାଉଡର, ଧନିଆପତ୍ର,ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ଗୋଟେ ଜାଗାରେ ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହି ପାଉଡରରେ ଚିକେନକୁ ୧୫ ମିନିଟ ପର୍ଯ୍ଯନ୍ତ ମ୍ଯାରିନେଟ କରିଦିଅନ୍ତୁ।

chicken

ଏବେ ଏକ ପ୍ଯାନରେ ଆଭାକାଡୋ ତେଲ ଗରମ କରି ସେଥିରେ ଚିକେନକୁ ପକାଇ ୫ ମିନିଟ ପର୍ଯ୍ଯନ୍ତ ଦୁଇପଟ ସେକି ଦିଅନ୍ତୁ। ଆଉ ଏକ ପ୍ଯାନରେ ବଟର ପକାଇ ସେଥିରେ ଟମାଟୋ ପ୍ଯୁରୀକୁ ଭଲ ଭାବେ ମିଶାଇବା ପରେ ସେଥିରେ କସୁରୀ ମେଥି ପକାଇ ପାଣି ଢାଳନ୍ତୁ ଏବଂ ୫ ମିନିଟ୍ ପର୍ଯ୍ଯନ୍ତ ଘୋଡାଇ ରଖନ୍ତୁ। ଟମାଟୋ ପ୍ଯୁରୀ ହେବା ପରେ ସେଥିରେ ହେଭି କ୍ରିମ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ଏଥିରେ ଚିକେନ ପକାଇ ଗୋଲମରିଚ ପାଉଡର, ଲୁଣ ପକାଇ ଧିମା ଆଞ୍ଚରେ ୨ ମିନିଟ ଯାଏ ଘୋଡାଇ ସିଝିବାକୁ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କିଟୋ ବଟର ଚିକେନ । ଏହାକୁ ଗରମ ଗରମ ରୁଟି କିମ୍ବା ଭାତ ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.