କରୋନା କାଳରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ବିଜେପି ଆଣିବ ସ୍ୱତନ୍ତ୍ର ଯୋଜନା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନଡ୍ଡା

କରୋନା ମହାମାରୀରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ବିଜେପି ସରକାର ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା। ମେ ୩୦ରେ କେନ୍ଦ୍ରର ରାଜ୍ୟ ସରକାରଙ୍କ ୭ ବର୍ଷ ପୂରଣ ହେବା ଅବସରରେ ଏହି ଘୋଷଣା କରିଛନ୍ତି। ଏନେଇ ଜେପି ନଡ୍ଡା ପାର୍ଟିର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଅବଗତ କରାଇଛନ୍ତି। ଚଳିତବର୍ଷ ବର୍ଷ ପୂର୍ତ୍ତିରେ କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବନି ବୋଲି ସୂଚନା ଦେଇଛନ୍ତି ନଡ୍ଡା।

ନଡ୍ଡା ବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି, ମେ ୩୦ ରେ ସେମାନେ ନିଜ ରାଜ୍ୟର କରୋନାରେ ଅନାଥ ହୋଇଥିବା ପିଲାଙ୍କ କଲ୍ୟାଣ ପାଇଁ ଯୋଜନା ଆରମ୍ଭ କରନ୍ତୁ। ଉଭୟ ମା ଓ ବାପା ହରାଇଥିବା ପିଲାଙ୍କ ପାଇଁ ବିଜେପି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବେ। ସମସ୍ତ ରାଜ୍ୟ ଏକା ସାଙ୍ଗେ ଏହି ଯୋଜନା ଲାଗୁ କରିବେ।

ଫଳରେ ଅନାଥ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ। ଏନେଇ ଏକ ଭର୍ଚୁଆଲ ମିଟିଂରେ ସୂଚନା ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.