ପୁଣିଥରେ Twitter ଆରମ୍ଭ କଲା ଭେରିଫିକେସନ ପ୍ରୋସେସ୍, ଏହି ଉପାୟରେ ଆପଣ ବି ପାଇପାରିବ ବ୍ଲୁ ଟିକ୍

ପୁଣିଥରେ ଭେରିଫିକେସନ ପ୍ରୋସେସ ଆରମ୍ଭ କରିଛି ମାଇକ୍ରୋବ୍ଲଗିଂ ସାଇଟ ଟ୍ୱିଟର। ଏହା ମାଧ୍ୟମରେ ଏବେ ୟୁଜର ପୁଣିଥରେ ବ୍ଲୁ ଟିକ୍ ପାଇଁ ଆପ୍ଲାଏ କରିପାରିବେ। ଟ୍ୱିଟର ଏହି ପ୍ରକ୍ରିୟାକୁ ଗତ ୩ ବର୍ଷ ହେଲା ବନ୍ଦ କରି ରଖିଥିଲା। ୨୦୧୭ରୁ ଏହି ପ୍ରୋସେସ ଉପରେ ସାଧାରଣ ଲୋକଙ୍କ ପାଇଁ ସେହି ସମୟରେ ରୋକ ଲଗାଯାଇଥିଲା। ତେବେ ଆସନ୍ତୁ ଜାଣିବା ନିଜ ଆକାଉଣ୍ଟକୁ ବ୍ଲୁ ଟିକ୍ ଆକାଉଣ୍ଟ କରିବା ଟ୍ରିକ୍…

ଆସନ୍ତା କିଛି ସପ୍ତାହ ମଧ୍ୟରେ ଟ୍ୱିଟରରେ ସମସ୍ତଙ୍କୁ Account Settings ଟ୍ୟାବରେ ନୂଆ ଭେରିଫିକେସନ ଆପ୍ଲିକେସନ ନଜର ଆସିବ। ଏହା ଆରମ୍ଭ ହେବାକୁ କିଛି ଦିନ ଲାଗିପାରେ। ଏଠାରେ ଆପଣଙ୍କୁ ପଚରା ଯିବ ଯେ ଆପଣ ନିମ୍ନୋକ୍ତ କେଉଁ କାଟାଗୋରିର।

୧.ସରକାର
୨.କମ୍ପାନୀ, ବ୍ରାଣ୍ଡ ଓ ସଂଗଠନ
୩.ସମାଚାର ସଂଗଠନ ଓ ରିପୋର୍ଟର
୪.ମନୋରଞ୍ଜନ
୫.ସ୍ପୋର୍ଟସ ଓ ଗେମିଙ୍ଗ
୬.ଆକ୍ଟିଭିଷ୍ଟ, ଅର୍ଗାନାଇଜର ଓ ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତି

ଏଥିରୁ ଆପଣ ଗୋଟିଏ ସିଲେକ୍ଟ କରନ୍ତୁ। ଏହାପରେ ଆପଣଙ୍କ ଆଇ କାର୍ଡ ଚେକ କରାଯିବ। ଆପ୍ଲିକେସନ ସବମିଟ କରିବା ପରେ ଆପଣଙ୍କୁ କିଛି ଦିନ ମଧ୍ୟରେ ମେଲ ମାଧ୍ୟମରେ ଜବାବ ମିଳିଯିବ। ଯଦି ଆପ୍ଲିକେସନ ଗ୍ରହଣ ହେଲା ତେବେ ଆପଣଙ୍କୁ ବ୍ଲୁ ଟିକ୍ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.