Below header

ଅଧିକ ସମୟ ପର୍ଯ୍ଯନ୍ତ ବ୍ରସ କରୁଥିଲେ ସାବଧାନ ! ସହିବାକୁ ପଡିପାରେ ଅନେକ କ୍ଷତି

ମୁହଁର ସ୍ବଚ୍ଛତା ଓ ସଫେଇ ସବୁବେଳେ ଆମର ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। କ’ଣ ଆପଣ ଜାଣନ୍ତି, ମୁହଁକୁ ଠିକ୍ ଭାବରେ ସଫା ନକରିବା ଦ୍ବାରା ହୃଦରୋଗ ହେବାର ଆଶଙ୍କା ରହିଛି। ତେଣୁ ଯଦି ଆପଣ ଫିଟ୍ ଓ ହେଲଦି ରହିବାକୁ ଇଚ୍ଛା କରନ୍ତି ତେବେ ମୁହଁର ସଫେଇ ଖୁବ୍ ଜରୁରୀ। କିନ୍ତୁ ବହୁତ କମ୍ ଲୋକ ଏଭଳି ଅଛନ୍ତି ଯେଉଁମାନେ ଅଧିକ ଜୋରରେ ବ୍ରସ କରନ୍ତି କିମ୍ବା ବହୁତ ସମୟ ପର୍ଯ୍ୟନ୍ତ ଦାନ୍ତ ଘଷିଥାନ୍ତି। ସେମାନେ ଭାବନ୍ତି ଏଭଳି କରିବା ଦ୍ବାରା ଦାନ୍ତ ସଫା ହୋଇଯାଏ କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ।

ବ୍ରସ କରିବାର ଫାଇଦା…

– ଭଲ ଭାବରେ ବ୍ରସ୍ କରିବା ଦ୍ବାରା ଦାନ୍ତ ମୂଳ ମାଢି ସମସ୍ୟା ହୋଇଥାଏ।
– ଏହା ସହିତ ଦାନ୍ତରେ କ୍ୟାଭିଟି ହେବାରୁ ମୁକ୍ତି ପାଇପାରିବେ।
– ମାଢି ସମ୍ପର୍କିତ ରୋଗର ଏବଂ ଓରାଲ କ୍ୟାନସର ହେବାର ବିପଦ କମ୍ ରହିଥାଏ।

ଆମେରିକାନ୍ ଡେଣ୍ଟାଲ ଆସୋସିଏସନର ସୂଚନା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରତିଦିନ ୨ ଥର ବ୍ରସ୍ କରିବା ଦରକାର ଓ ପ୍ରତିଥର ୨ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଦାନ୍ତ ସଫା ନକରିବା ଉଚିତ୍। ଅଧିକ ଜୋରରେ ଦାନ୍ତ ଘଷିବା ଦ୍ବାରା ଦାନ୍ତର ଏନାମେଲ୍ (Enamel) ଖରାପ ହୋଇଯାଇଥାଏ।

brush 1

ଦାନ୍ତ ସଫା କରିବା ପାଇଁ ସଫ୍ଟ ଟୁଥବ୍ରସ୍ ବ୍ୟବହାର କରିବା ଦରକାର। ଫ୍ଲୋରାଇଡର (Fluoride) ସଠିକ ମାତ୍ରା ଥିବା ଟୁଥପେଷ୍ଟ ବ୍ୟବହାର କରିବା ଉଚିତ୍। ବୟସ୍କଙ୍କ ଟୁଥପେଷ୍ଟରେ ୧୩୫୦ ପିପିଏମ୍ ଫ୍ଲୋରାଇଡ ହେବା ଦରକାର, ସେଭଳି ୬ ବର୍ଷରୁ କମ୍ ବୟସ ପିଲାଙ୍କ ଟୁଥପେଷ୍ଟରେ ୧୦୦୦ ପିପିଏମ୍ ଫ୍ଲୋରାଇଡ୍ ହେବା ଦରକାର।

ଦିନକୁ ଅତିକମରେ ଦୁଇ ଥର ବ୍ରସ କରିବା ଉଚିତ। ଏହାଛଡା ଯଦି ଆପଣ ଏସିଡିକ୍ ଫୁଡ କିମ୍ବା ଡ୍ରିଙ୍କ ସେବନ କରୁଛନ୍ତି, ତେବେ ତୁରନ୍ତ ବ୍ରସ କରନ୍ତି। କାହିଁକି ନା ଏଥିରେ ଥିବା ଏସିଡ ଯୋଗୁଁ ଦାନ୍ତ ଏନାମେଲ ଖରାପ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.