ଜାଣନ୍ତୁ ‘ସିଂହ’ ରାଶିଙ୍କ ପାଇଁ ଜୁନ୍ ରୁ ଡିସେମ୍ବର ପର୍ଯ୍ୟନ୍ତ ଚାକିରୀ ରୁ ନେଇ ସ୍ବାସ୍ଥ୍ୟ ସମ୍ପର୍କରେ ସମସ୍ତ ହାଲଚାଲ୍

ସିଂହ ରାଶି ସବୁ ୧୨ଟି ରାଶିଙ୍କ ମଧ୍ୟରେ ୫ମ ସ୍ଥାନରେ ଅବସ୍ଥିତ । ଏହି ରାଶିର ସ୍ବାମୀ ସୂର୍ଯ୍ୟ ଏବଂ ତତ୍ତ୍ବ ଅଗ୍ନି ଅଟନ୍ତି । ଏହି ରାଶିର ବ୍ୟକ୍ତିଙ୍କ ସ୍ବଭାବ ମୁଖ୍ୟତଃ କ୍ରୋଧୀ ହୋଇଥାଏ। ଏହି ରାଶିର ବ୍ୟକ୍ତି ସ୍ବତନ୍ତ୍ରତା ସହିତ ନିଜର ଜୀବନ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ସାହାସୀ ମଧ୍ୟ ହୋଇଥାନ୍ତି । ଆସନ୍ତୁ ଜାଣିବା ଏହି ସିଂହ ରାଶି ପାଇଁ ୨୦୧୯ ମସିହାର ବାକି ଥିବା ୬ଟି ମାସ କେମିତି କଟିବ ।

ଜୁନ୍ ରୁ ଡିସେମ୍ବର ଯାଏଁ କେମିତି କଟିବ ଏହି ସିଂହ ରାଶି ବ୍ୟକ୍ତିଙ୍କ ଦିନ ।

ଆର୍ଥିକ ପକ୍ଷ :

leoବର୍ଷ ୨୦୧୯ର ବାକି ଥିବା ମାସ ସିଂହ ରାଶି ଲୋକଙ୍କ ପାଇଁ ମିଶ୍ରଣ ଫଳ ଦେବ । ଆପଣଙ୍କ ହାତରେ ଟଙ୍କା କେତେବେଳେ ଆସିବ ଆଉ କେତେବେଳେ ପଳେଇବ ତାହା ଜଣାପଡିବ ନାହିଁ । ବାକି ୬ମାସ ଆପଣଙ୍କୁ ଯୋଜନା କରି ହିଁ ଚାଲିବାକୁ ପଡିବ । ନହେଲେ ଅଧିକ ଆର୍ଥିକ କ୍ଷତି ଭୋଗିବାକୁ ପଡିପାରେ । ଧାର କରଜ ଦେବା ବନ୍ଦ କରନ୍ତୁ । ଏହା ଆପଣଙ୍କ ପାଇଁ ହିତକର ହେବ ।

ଚାକିରୀ :

ଚାକିରୀ ମାମଲାରେ ଯେମିତି ଚାଲିଛି ସେମିତି ହିଁ ଚାଲିବ । ବେଶି କିଛି ପରିବର୍ତ୍ତନ ହେବ ନାହିଁ । ସ୍ଥାୟୀ ସମ୍ପତିର ଲାଭ ବାକି ଥିବା ମାସରେ ପାଇପାରିବେ । ସରକାରୀ ଚାକିରୀ କରୁଥିବା ବ୍ୟକ୍ତିମାନେ ବାହାର କାମରେ ବ୍ୟସ୍ତ ରହିବେ ।

ପରିବାର:

ଘର ପରିବାର କଥା କହିଲେ ବର୍ଷର ବାକି ମାସରେ କିଛିଟା ସମସ୍ୟା ଆସିବ। ଘର ସମ୍ପତିର ଅଧିକାରକୁ ନେଇ ପରିବାରରେ ମତଭେଦ ଦେଖାଦେବ । ସ୍ଥାୟୀ ସମ୍ପତି କିଣିବା ପାଇଁ ଯୋଗ କମ୍ ରହିଛି । ପରିବାରରେ କୌଣସି ସମ୍ପତି କିଣା ବିକା ଆପଣଙ୍କ ପାଇଁ କ୍ଷତି ସହିବାକୁ ପଡିପାରେ ।

ସ୍ବାସ୍ଥ୍ୟ :

ସ୍ବାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୧୯ର ବାକି ମାସ ଗୁଡିକ ଭଲ ରହିବ ନାହିଁ । କୌଣସି ରୋଗରେ ପୀଡିତ ହୋଇପାରନ୍ତି । ଅତିରିକ୍ତ ସାବଧାନ ରହିବାକୁ ପଡିବ ।

leo 1ଶୁଭ ଅଙ୍କ:

ସିଂହ ରାଶି ପାଇଁ ଜୁନ୍ ରୁ ଡିସେମ୍ବର ପର୍ଯ୍ୟନ୍ତ ୧,୨,୩,୫ ଏବଂ ୯ ଅଙ୍କ ଶୁଭ ରହିବ ।

ଶୁଭ ରଙ୍ଗ:

ଗୋଲାପୀ,ହଳଦୀଆ ଏବଂ ଗୋଲ୍ଡେନ୍ ରଙ୍ଗ ଶୁଭ ରହିବ ।

ଶୁଭ ରତ୍ନ :

ମାଣିକ୍ୟ ଧାରଣ କରିବା ଦ୍ବାରା ଏହି ବର୍ଷର ବାକି ଥିବା ମାସରେ ଆପଣଙ୍କୁ ଫାଇଦା ମିଳିବ ।

ଉପାୟ : ଶନି ମନ୍ଦିରକୁ ଯାଇ ଶନିଦେବଙ୍କ ଉପରେ ତେଲ ଚଢାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.