Below header

ସମ୍ୱାଦିକଙ୍କୁ ମାଡ଼ ମାରିବା ଏବଂ ମୁହଁରେ ପରିଶ୍ରା କରିବା ଅଭିଯୋଗରେ ପୋଲିସ କନଷ୍ଟେବଲ ନିଲମ୍ବିତ

ଉତ୍ତର ପ୍ରଦେଶ : ସୋମବାର ଦିନ ରାତିରେ ପଶ୍ଚିମ ୟୁପିର ଶାମଲିରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣାର ସୂଚନା ମିଳିବା ପରେ ଜିଆରପି ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ମଧ୍ୟ ଘଟଣାସ୍ଥଳରେ ପହଁଚିଲେ ଏବଂ ରିପୋର୍ଟ ବନାଇଲେ।

ଏହାର ରିପୋର୍ଟିଂ କରିବା ପାଇଁ ଅମିତ ଶର୍ମା ନାମକ ସାମ୍ୱାଦିକ ଯାଇଥିଲେ। ମୋବାଇଲରେ ଲାଇନଚ୍ୟୁତ ହୋଇଥିବା ମାଲଗାଡ଼ିର ଭିଡିଓ ରେକର୍ଡିଂ କରୁଥିବା ବେଳେ ଉପସ୍ଥିତ ଜିଆରପି ପୁଲିସ ସାମ୍ୱାଦିକଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ପୋଲିସକର୍ମୀମାନେ ସାମ୍ବାଦିକଙ୍କୁ ଗାଳି ଦେବା ସହିତ ମାରପିଟ କରିଥିଲେ।

ସୋସିଆଲ ମିଡିଆରେ ଏହି ମାଡ଼ର ଭିଡିଓ ଭାଇରାଲ ହେବା ପରେ ୟୁପି ପୁଲିସ ଜିଆରପି ଏସଏଚଓ ରାକେଶ କୁମାର ଏବଂ କନଷ୍ଟେବଲ ସଞ୍ଜୟ ପାଓ୍ୱାରଙ୍କୁ ନିଲମ୍ୱିତ କରିଛନ୍ତି।

ଏହାପରେ ସେ ତାଙ୍କୁ ମାଡ଼ମାରିଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏମିତିକି ବସଉଠ୍ କରାଯାଇଥିବା ସାମ୍ୱାଦିକ ଅମିତ ଶର୍ମା କହିଛନ୍ତି। ଏହାପରେ ତାଙ୍କ ପାଖରୁ ମୋବାଇଲ ଛଡ଼ାଇ ନେଇ ତାଙ୍କୁ ହାଜତରେ ପୁରାଇ ଦେଇଥିଲେ ବୋଲି ସାମ୍ୱାଦିକ ଜଣଙ୍କ କହିଛନ୍ତି। ଏହାପରେ ତାଙ୍କ ମୁହଁରେ ପୁଲିସ ଅଧିକାରୀ ଜଣଙ୍କ ପରିଶ୍ରା କରିଥିବା ଅମିତ ଶର୍ମା କହିଛନ୍ତି।

ମଙ୍ଗଳବାର ଦିନ ଜିଆରପି ପୁଲିସଙ୍କ ଏଭଳି କାରନାମାର ଭିଡିଓ ଭାଇରାଲ ହେବା ପରେ ସାମ୍ୱାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ୟୁପି ଡିଜିପି ଓପି ସିଂହ ଶାମଲି ଜିଆରପି ଏସଏଚଓ ରାକେଶ କୁମାର ଏବଂ କନେଷ୍ଟବଲ ସଞ୍ଜୟ ପାଓ୍ୱରଙ୍କୁ ନିଲମ୍ବିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.