Below header

କାହିଁକି ସବୁବେଳେ ଟୋପି ପିନ୍ଧିଥାନ୍ତି ଶିଖର ଧୱନଙ୍କ ପତ୍ନୀ ? ଫ୍ୟାନ୍ସଙ୍କ ପ୍ରଶ୍ନ ପରେ ସତ କହିଲେ ଆୟଶା

ଜଣେ ଆତ୍ମନିର୍ଭରଶୀଳ ମହିଳା ଷ୍ଟାର୍ କ୍ରିକେଟର୍ ଶିଖର ଧୱନଙ୍କ ପତ୍ନୀ ଆୟଶା ଧୱନ । ଯିଏ ନିଜ ଜୀବନର ନିଷ୍ପତ୍ତି ନେବା ପାଇଁ ଆଉ କାହା ଉପରେ ନିର୍ଭର କରନ୍ତି ନାହିଁ । ନିଜ ଫିଟନେସକୁ ନେଇ ବେଶ୍ ସଜାଗ ଆୟଶା । ଏହା ବ୍ୟତୀତ ସେ ସୋସିଆଲ୍ ମଡିଆରେ ମଧ୍ୟ ବେଶ୍ ଆକ୍ଟିଭ୍ । ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ବିନା ଦ୍ବିଧାରେ ଦେଇ ଯୋଡି ରହିବାକୁ ଚେଷ୍ଟା କରନ୍ତି ।

ସ୍ବାମୀ ଶିଖର ଧୱନଙ୍କ ପ୍ରାୟ ମ୍ୟାଚ୍ ଦେଖିବାକୁ ମୈଦାନରେ ପହଂଚିଥାନ୍ତି ଆୟଶା । ତେବେ ଯେବେ ବି ଆୟଶା କେଉଁଠି ନଜର ଆସନ୍ତି ତାଙ୍କ ମୁଣ୍ଡରେ ଟୋପି ନିଶ୍ଚୟ ଥାଏ । ତେଣିକି ତାହା ସ୍ବାମୀଙ୍କ ମ୍ୟାଚ୍ ହେଉ ବା ପରିବାର ସହ ବାହାରେ ମସ୍ତି ମୁଡରେ ହେଉ ନା କାହିଁକି । ସବୁବେଳେ ଆୟଶାଙ୍କ ମୁଣ୍ଡରେ ଟୋପି ନିଶ୍ଚୟ ଥାଏ ।

 

 

View this post on Instagram

 

A post shared by Aesha Dhawan (@aesha.dhawan5) on


ଏନେଇ ପ୍ରଶଂସକ ଅନେକ ସମୟରେ ତାଙ୍କୁ ପ୍ରଶ୍ନ ମଧ୍ୟ କରିଛନ୍ତି । ଆଉ ଶେଷରେ ଏହାର ଖୁଲାସା କରିଛନ୍ତି ଆୟଶା । ଏହାର ଉତ୍ତର ଦେଇ ଆୟଶା କହିଛନ୍ତି, ମୁଁ ମୋର ସମୟ ଫାଲତୁ ଚିନ୍ତା କରିବା ଏବଂ ନିଷ୍ପତ୍ତି ନେବାରେ ନଷ୍ଟ କରେ ନାହିଁ । ମୋ ଜୀବନରେ ଯାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମୁଁ କେବଳ ସେଥିପାଇଁ ଚେଷ୍ଟା କରେ । ମତେ ଫିଟ୍ ରହିବା ପସନ୍ଦ ସେଥିପାଇଁ ମୁଁ ଫିଟନେସକୁ ଧ୍ୟାନ ଦେଇଥାଏ । ଏହା ସହ ମୁଁ ମୋର ପରିବାରର ଦେଖାଶୁଣା କରିବା ସହ ୟୁ ଟ୍ୟୁବ୍ ଆକାଉଂଟ୍ ପାଇଁ ଭିଡିଓ ମଧ୍ୟ କରିଥାଏ ।

ଏହା ପରେ ଆଗକୁ ଆୟଶା ଲେଖିଛନ୍ତି, ଏତେ ସବୁ କାମ ମଧ୍ୟରେ ମୁଁ ମୋର ସମୟ କେଶ ବନାଇବାରେ ନଷ୍ଟ କରିବାକୁ ଚାହେଁନି । କାରଣ ମୋ ପାଇଁ କେଶକୁ ସମ୍ଭାଳିବା ଅର୍ଥ ସମୟ ନଷ୍ଟ କରିବା । ସେଥିପାଇଁ ମୁଁ ସବୁବେଳେ କ୍ୟାପ୍ ପିନ୍ଧିଥାଏ ।

dhawan wifeସୂଚନାଯୋଗ୍ୟ, ଆୟଶା ମେଲବର୍ଣ୍ଣରେ ରହୁଥିବା ବ୍ରିଟିଶ୍ ବଙ୍ଗାଳୀ ଥିଲେ । ଆଉ ଶିଖର ଧୱନଙ୍କଠାରୁ ୧୦ ବର୍ଷ ବଡ଼ । ଯେତେବେଳେ ଶିଖର ତାଙ୍କ ଜୀବନକୁ ଆସିଲେ ସେତେବେଳେ ସେ ବିବାହିତା ଏବଂ ଦୁଇଟି ପିଲାର ମା’ ଥିଲେ । ୨୦୧୨ରେ ଆୟଶା ଏବଂ ଶିଖର ବିବାହ କରି ସବୁଦିନ ପାଇଁ ଏକ ହୋଇଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.