ରାଇଜିଂ ଷ୍ଟାର ସିଜନ-୩ର ବିଜେତା ଅଫତାବ ସିଂହ

କଲର୍ସର ଲୋକପ୍ରିୟ ସିଙ୍ଗିଙ୍ଗ୍ ସୋ ରାଇଜିଂ ଷ୍ଟାର ସିଜନ ୩ ରେ ଫାଇନାଲ ରାଇଜିଙ୍ଗ୍ ମିଳି ସାରିଛି। ଚଳିତ ବର୍ଷ ରାଇଜିଂ ଷ୍ଟାର ସିଜନ ୩ ରେ ୧୨ ବର୍ଷର ଅଫତାବ ୱିନର ହୋଇଥିବା ବେଳେ ଦିବାକର ଶର୍ମା ଫାଷ୍ଟ ରନର୍ସଅପ୍ ହୋଇଛନ୍ତି। ୱିନର ଅଫତାବଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ଏବଂ ଦିବାକରଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

aftab singhଅଫତାବ ଫରିଦକୋଟରେ ରହୁଛନ୍ତି। ଚଳିତ ବର୍ଷ ଏହି ସୋ’ ରେ ୪ ଜଣ ଫାଇନାଲିଷ୍ଟ୍ ଙ୍କ ମଧ୍ୟରେ ସବୁଠାରୁ କମ ବୟସର ଅଫତାବ ଥିଲେ। ସେ ତାଙ୍କ ପିତା ମହେଶ ସିଂହଙ୍କ ଠାରୁ ସଂଗୀତ ଶିକ୍ଷା କରୁଥିଲେ। ଏହା ପୂର୍ବରୁ ଅଫତାବ ୨୦୧୭ରେ ସାରେଗାମାପା ଲିଟିଲ ଚାମ୍ପସ୍ ରେ ଟପ୍ ୭ରେ ସ୍ଥାନ ପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.