Below header

ବ୍ରେକଅପ୍ ହେବା ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ, ପାର୍ଟନରଙ୍କ ଏହି ଅଭ୍ୟାସ ଭାଙ୍ଗିପାରେ ଆପଣଙ୍କ ସମ୍ପର୍କ

ପାର୍ଟନରଙ୍କ ମଧ୍ୟରେ ବେଳେ ବେଳେ ଝଗଡା ହୋଇଥାଏ ଏବଂ ଏହା ପରେ ପରସ୍ପରଙ୍କ ବିନା ରହିବା ବହୁତ କଷ୍ଟକର ହୋଇପଡିଥାଏ। ପ୍ରାୟତଃ ଝଗଡା ପରେ ଭଲପାଇବା ଅଧିକ ବଢିଯାଇଥାଏ । କିନ୍ତୁ ଧୀରେ ଧୀରେ ଏହି ଝଗଡା ବଡ ମୁଦ୍ଦା ବନିଯାଇଥାଏ ଏବଂ ଆପଣଙ୍କ ପାର୍ଟନରଙ୍କ ସହିତ କଥା ହେବା ବନ୍ଦ ହୋଇଯାଇଥାଏ । ଯାହା ଆପଣଙ୍କ ପାଇଁ ଏକ ପ୍ରକାରର ସତର୍କ ଘଣ୍ଟି ହୋଇପାରେ । ତେବେ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ପୂର୍ବରୁ ଆପଣ ଜାଣି ରଖନ୍ତୁ କି, କଣ ସେହି ସଙ୍କେତ ଯେଉଁଥିରୁ ଆପଣ ଜାଣିପାରିବେ ଯେ ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ ଦୁରେଇ ଯାଉଛନ୍ତି ବୋଲି ।

BreakUpକଥା ସେୟାର ନକରିବା :

ଯେବେ ଆପଣଙ୍କ ପାର୍ଟନରଙ୍କ ପ୍ରମୋସନ୍ କିମ୍ବା ଅନ୍ୟ କିଛି ଖାସ୍ କଥା ଆପଣଙ୍କୁ ପରେ ଜଣାପଡିଥାଏ ତେବେ ବୁଝିଯାଆନ୍ତୁ କି, ସେ ଆପଣଙ୍କୁ ସେତେ ମହତ୍ତ୍ବ ଦେଉନାହାନ୍ତି । ଯେଉଁ ବିଷୟରେ ଆପଣଙ୍କୁ ପ୍ରଥମରୁ ଜଣାଥିବା ଦରକାର ସେହି କଥା ଆପଣଙ୍କୁ ସବୁଠୁ ପଛରେ ପୁଣି ଆଉ କାହା ମୁହଁରୁ ଶୁଣିବାକୁ ମିଳୁଛି ତ ଦୁଃଖ ପହଁଞ୍ଚିବା ସ୍ବଭାବିକ ଅଟେ ।

ସବୁ କଥାରେ ଝଗଡା :

ଯେବେ ଆପଣ ଦୁହିଁଙ୍କ ମଧ୍ୟରେ ସବୁ କଥାରେ ଝଗଡା ହେବାକୁ ଲାଗେ ଏବଂ ଏହା ବନ୍ଦ ହେବାର ନାଁ ନ ନିଏ ତେବେ ଜାଣିରଖନ୍ତୁ କି ସମ୍ପର୍କର ଅନ୍ତିମ ସମୟ ଚାଲିଆସିଛି । ସୁସ୍ଥ ସମ୍ପର୍କରେ ଝଗଡାକୁ ସହଜରେ ସମାପ୍ତ କରାଇ ପୁଣି ନୂଆ ଆରମ୍ଭ କରିବାକୁ ଚେଷ୍ଟା କରାଯାଇଥାଏ ।

break-upକୌଣସି ଇମୋସନ୍ ନଥାଏ:

ସମ୍ପର୍କରେ ଭଲପାଇବା ସେତେବେଳେ ପୁରା ସରିଯାଇଥାଏ ଯେତେବେଳେ ସମ୍ପର୍କକୁ ଭାଙ୍ଗିବାର କଥା ବାରମ୍ବାର କୁହାଯାଇଥାଏ ଏବଂ ପାର୍ଟନରଙ୍କ ପ୍ରତି କୌଣସି ଭାବନା ବଞ୍ଚିନଥାଏ ।

ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯିବା :

କୌଣସି ସମ୍ପର୍କରେ ଭଲପାଇବା,ଭାବନା,କେୟାର ନବା ଆଦି ସେତେବେଳେ ପର୍ଯ୍ୟନ୍ତ ଥାଏ ଯେତେବେଳ ପର୍ଯ୍ୟନ୍ତ ଉଭୟଙ୍କ ସମ୍ପର୍କ ମଜବୁତ୍ ରହିଥାଏ । ଯଦି କେବେ କଥାବାର୍ତ୍ତା ବନ୍ଦ ହୋଇଯାଏ ତେବେ ସମ୍ପର୍କରୁ ସୁଧାରିବା କଷ୍ଟକର ହୋଇଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.