ଇନଫିନିଟି-O ଡିସପ୍ଳେ ସହ ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି ଏମ୍ ୪୦, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ : ଭାରତରେ ଖୁବ ଲୋକପ୍ରିୟ ରହିଥିବା ସାମସଙ୍ଗ ଗ ସିରିଜରେ ଏକ ନୂଆ ସ୍ମାର୍ଟଫୋନ ଏମ୍ ୪୦ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନକୁ ଇନଫିନିଟି-O ଡିସପ୍ଳେ ଏବଂ ଟ୍ରିପଲ ରିୟର କ୍ୟାମେରା ସହ ଲଞ୍ଚ କରାଯାଇଛି। ଭଲ ପରଫମାନ୍ସ ପାଇଁ ଏହି ଫୋନରେ କମ୍ପାନୀ ସ୍ନାପଡ୍ରାଗନ୍ ପ୍ରୋସେସରକୁ ସାମିଲ କରିଛି। ସେହିପରି ଫଟୋଗ୍ରାଫିକୁ ଅଧିକ ଦମଦାର କରିବା ପାଇଁ ସ୍ମାର୍ଟଫୋନରେ ୩୨ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ସେନ୍ସର ଦିଆଯାଇଛି।

କେତେ ରହିଛି ମୂଲ୍ୟ

ସାମସଙ୍ଗ ଗାଲାକ୍ସି ଏମ୍ ୪୦କୁ ଭାରତରେ ୬ଜିବି ରାମ୍ ଏବଂ ୧୨୮ଜିବି ଇଣ୍ଟରନାର୍ଲ ଷ୍ଟୋରେଜ୍ ବେରିଏଣ୍ଟରେ ଲଞ୍ଚ କରାଯାଇଛି। ଯାହାର ମୂଲ୍ୟ ୧୯,୯୯୯ ଟଙ୍କା ରଖାଯାଇଛି। ଆଜି ସ୍ମାର୍ଟଫୋନଟି ଲଞ୍ଚ ହୋଇଥିବା ବେଳେ ୧୮ ଜୁନ ଦ୍ବିପହର ୧୨ଟାରେ ଏହାକୁ ସେଲ ପାଇଁ ଉପଲବ୍ଧ କରାଯାଇଛି। ମୋବାଇଲର ସେଲରେ ଏହାକୁ କିଣିବା ଦ୍ବାରା ଗ୍ରାହକଙ୍କୁ ଅନେକ ଅଫର ମଧ୍ୟ ଦିଆଯିବା ବୋଲି ଶୁଣିବାକୁ ମିଳିଛି।

samsung-galaxy-m40

ସାମସଙ୍ଗ ଏମ ୪୦ର ସ୍ପେସିଫିକେସନ୍

ଡିସପ୍ଳେ ୬.୩ ଇଞ୍ଚର ଫୁଲ ଏଚଡି+ ଇନଫିନିଟି O
ପ୍ରୋସେସର କ୍ବାଲକମ୍ ସ୍ନାପଡ୍ରାଗନ୍ ୬୭୫
ବ୍ଯାଟେରୀ ୩,୫୦୦ ଏମଏଏଚ୍
ଅପରେଟିଂ ସିଷ୍ଟମ୍ ଏଣ୍ଡୋଏଡ ୯.୦ ପାଏ ଉପରେ ଆଧାରିତ
ଟ୍ରିପଲ ରିୟର କ୍ଯାମେରା ୩୨ +୫ + ୮ ଏମପି
ସେଲଫି କ୍ଯାମେରା ୧୬ ଏମପି
ଷ୍ଟୋରେଜ୍ ୬ ଜିବି ରାମ୍ ଇଣ୍ଟରନାଲ ୧୨୮ ଜିବି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.