Below header

DRDOକୁ ଆଉ ଏକ ବଡ଼ ସଫଳତା, ପ୍ରଥମ ଥର ପାଇଁ କଲା HSTD ଉଡାଣର ସଫଳ ପରୀକ୍ଷଣ

ବାଲେଶ୍ୱର ଆଇଟିଆରର ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ହାଇପରସୋନିକ୍‌ ଟେକ୍‌ନୋଲଜି ଡେମନଷ୍ଟ୍ରେଟିଭ୍‌ ଭେହିକଲର ସଫଳ ପରୀକ୍ଷଣ କରାଯାଇଛି । ଏହି HSTD ଭେହିକିଲ୍‌କୁ ୨୦୦୪ ମସିହାରେ ପ୍ରସ୍ତୁତ କରାଯାଇଥିଲା । ୨୦୧୭ ମସିହାରେ ପରୀକ୍ଷାଗାର ମଧ୍ୟ ଦୁଇ ଥର ସଫଳତାର ସହ ପରୀକ୍ଷଣ କରାଯାଇଛି । ହେଲେ ପ୍ରଥମ ଥର HSTD ଉଡାଣ ପରୀକ୍ଷଣ କରିଛି । ଏହା ଏକ ସେକେଣ୍ଡ ମଧ୍ୟରେ ୩୨.୫ କିମି ଉଚ୍ଚତାରେ ପହଞ୍ଚି ଘଣ୍ଟା ପ୍ରତି ୭ ହଜାର ୯୬୨ କିମି ବେଗରେ ଗତି କରିବାର କ୍ଷମତା ରଖିଛି । ଏହାର ଲମ୍ବ ୫.୬ ମିଟର । ଏଥିରେ ହାଇଡ୍ରୋଜେନ୍‌ ଓ କିରୋସିନିକୁ ଇନ୍ଧନ ଭାବେ ବ୍ୟବହାର କରାଯାଇଛି । ବିଶେଷ କରି ଏଥିରେ SCR AMJET ଇଞ୍ଜିନ୍‌ ବ୍ୟବହାର କରାଯାଇଥିବାରୁ ବେଗକୁ ହାଇପରସୋନିକ୍‌ ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.