ବିବାହ ଏବଂ ପୁତ୍ର ପ୍ରାପ୍ତି ପାଇଁ ସୋମବାରରେ ଶିବଙ୍କୁ ଚଢ଼ାନ୍ତୁ ଏହି ଫୁଲ

ସୋମବାରକୁ ଭଗବାନ ଶିବଙ୍କର ଦିନ ବୋଲି କୁହାଯାଏ। ଏହି ଦିନରେ ଶିବଙ୍କୁ ମନ ଧ୍ୟାନ ଦେଇ ପୂଜା କରିବା ଦ୍ବାରା ଭଗବାନ ଶିବ ଜଲଦି ପ୍ରସନ୍ନ ହୁଅନ୍ତି। ଏହା ସହିତ ଭକ୍ତଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହାକୁ ଆପଣେଇ ଜଟାଧରୀ ଶିବ ଶଙ୍କରଙ୍କୁ ପ୍ରସନ୍ନ କରିବାରେ କୌଣସି କଠିନତାକୁ ସାମ୍ନା କରିବାକୁ ପଡିବ ନାହିଁ। କାରଣ ଏହା ଦ୍ବାରା ସହଜରେ ଭଗବାନ ଶିବ ଖୁସି ହୋଇଥାନ୍ତି।
ଏମିତି କରନ୍ତୁ ଭୋଳନାଥଙ୍କୁ ପ୍ରସନ୍ନ
-ବାହନ ପାଇଁ : କୁହାଯାଏ ଯେ ବାହନ ସୁଖ ପାଇଁ ଶିବଙ୍କୁ ଚମେଲିର ଫୁଲ ଚଢ଼ାଇବା ଆବଶ୍ୟକ।
-ଧନ ସମ୍ପତ୍ତି ପାଇଁ : ଧନୀ ହେବା ପାଇଁ ଭଗବାନ ଶିବଙ୍କୁ ପଦ୍ମ ଫୁଲ ,ଶଙ୍ଖ ପୁଷ୍ପ କିମ୍ବା ବେଲପତ୍ର ଚଢ଼ାନ୍ତୁ।
-ବିବାହରେ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ : ଯଦି ଆପଣଙ୍କ ବିବାହ ହେଉନାହିଁ ତେବେ ବେଲର ଫୁଲକୁ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ।
-ପୁତ୍ର ପ୍ରାପ୍ତି ପାଇଁ : ଯଦି ଆପଣ ପୁଅ ଚାହୁଁଛନ୍ତି, ତେବେ ଶିବଙ୍କୁ ଦୁଦୁରାର ଲାଲ ଫୁଲକୁ ଅର୍ପଣ କରନ୍ତୁ।
-ମାନସିକ ଚିନ୍ତା ଦୂର କରିବା ପାଇଁ : ମନର ଚିନ୍ତାକୁ ଦୂର କରିବା ପାଇଁ ଶିବଙ୍କୁ ଶେଫାଳି ଫୁଲ ଚଢ଼ାଇବା ଆବଶ୍ୟକ।