Below header

ଏହି ଗଛକୁ ଲଗାଇବା ଦ୍ୱାରା ଭଗବାନ ବିଷ୍ଣୁ ହୁଅନ୍ତି ପ୍ରସନ୍ନ, ମାତା ଲକ୍ଷ୍ମୀ ଖୁସି ହୋଇ କରନ୍ତି ମାଲାମାଲ୍‌

ବାସ୍ତୁ ଶାସ୍ତ୍ରରେ କିଛି ଗଛକୁ ବହୁତ ଚମତ୍କାରୀ କୁହାଯାଇଛି। ଏହି ଗଛର ଘରର ନକରାତ୍ମକ ଶକ୍ତିକୁୁ ନଷ୍ଟ କରିବା ସହିତ ଧନ ଲାଭ କରାଇବାରେ ବେଶ୍‌ ସହାୟକ ହୋଇଥାଏ। ଏହାସହିତ ଏହାର ପ୍ରଭାବରୁ ବିଗିଡା କାମ ବି ସହଜରେ ହୋଇପାରିବ। ଏହି ଗଛ ମଧ୍ୟରୁ ଗୋଟିଏ ହେଉଛି ପାରସ ପିପଲ ଗଛ। ଏହି ଗଛକୁ ଘରେ ଲଗାଇବା ଦ୍ୱାରା ଧନର ଅଭାବ ରହେନାହିଁ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ପାରସ ପିପଲ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି। ଏହାସହିତ ଧନର ଦେବୀ ମାତା ଲକ୍ଷ୍ମୀ ଖୁସି ହୋଇ ମାଲମାଲ କରିଦିଅନ୍ତି। ଏହି ଗଛ ଅଶ୍ୱସ୍ତ ଗଛର ଏକ ଦୁର୍ଲଭ ପ୍ରଜାତି। ଏଥିପାଇଁ ଏହାକୁ ଘରେ ଲଗାଇବା ବଦଳରେ ବାହାରେ ଲଗାଇବା ଉଚିତ।

ଯଦି ବହୁତ ଚେଷ୍ଟା କରିବା ପରେ ମଧ୍ୟ ଆଥିକ ସଂକଟକୁ ସାମ୍ନା କରୁଛନ୍ତି ତାହେଲେ ଏହି ଗଛର ୧୦୮ ପତ୍ରରେ ଭଗବାନ ବିଷ୍ଣୁଙ୍କ ନାମ ଲେଖି ପବିତ୍ର ନଦୀରେ ପ୍ରବାହିତ କରିଦିଅନ୍ତୁ। ଏହାଦ୍ୱାରା ଟଙ୍କାର ଅଭାବ ଦୂର ହୋଇ ଧନ ଲାଭ ହେବ।

ରୋଗ ଦୂର କରେ

ଯଦି ପରିବାରରେ କାହା ନଜର ଲାଗିଯିବା କାରଣରୁ ବାରମ୍ବାର ରୋଗାଗ୍ରସ୍ଥ ହେଉଛନ୍ତି ତାହେଲେ ପାରସ ପିପଲର ୧୧ଟି ପତ୍ରରେ ଓମ୍‌ ହଂ ହନୁମତୟେ ନମଃ ଲେଖି ପାଣି ସୁଅରେ ପ୍ରବାହିତ କରିଦିଅନ୍ତୁ। ଏମିତି କରିବା ଦ୍ୱାରା ଖରାପ ନଜରର ପ୍ରକୋପ ଶେଷ ହୋଇଯାଏ।

ବିବାହରେ ବାଧା ଉପୁଜୁଥିଲେ

ଯଦି କୌଣସି କାରଣରୁ ବିବାହରେ ବିଳମ୍ବ ହେଉଛି କିମ୍ବା ଯୋଗ୍ୟ ଜୀବନସାଥି ଖୋଜରେ ଅଛନ୍ତି ତାହେଲେ ପ୍ରତ୍ୟେକଦିନ ପାରସ ପିପଲ ଗଛରେ ଜଳ ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ବିବାହରେ ଉପୁଜୁଥିବା ସମସ୍ୟା ଦୂର ହୋଇଯାଏ।

ବୃହସ୍ପତି ଦେବ ହୁଅନ୍ତି ପ୍ରସନ୍ନ

କୁଣ୍ଡଳୀରେ ଗୁରୁ ଗ୍ରହଙ୍କୁ ମଜବୁତ୍‌ କରିବା ପାଇଁ ମଧ୍ୟ ପାରସ ପିପଲ ଫୁଲ ବହୁତ ଖାସ୍‌ ରହିଛି। ଯଦି ଗୁରୁବାର ଦିନ ପାରସ ପିପଲର ଫୁଲକୁ ବୃହସ୍ପତି ଦେବଙ୍କୁ ଚଢ଼ାଇବେ ତାହେଲେ ଗୁରୁ ଗ୍ରହ ବୃହସ୍ପତି ମଜବୁତ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.