Below header

ଲାଜବାବ ସ୍ୱାଦର ଇଛାକୁ ପୂରା କରିବା ‘ତନ୍ଦୁରି ଆଳୁ ଟୀକ୍କା’

ଆବଶ୍ୟକ ସାମଗ୍ରୀ

ଛୋଟ ଆଳୁ – ୧୦

ଗରମ ମସଲା ପାଉଡର – ୧/୪ ଚାମଚ

ଧନିଆ ପାଉଡର – ୧/୪ ଚାମଚ

ଦହି – ଗୋଟେ ସ୍ପୁନ୍‌

ଲେମ୍ବୁ ରସ – ୧/୪ ଚାମଚ

ଲାଲ ଲଙ୍କା ପାଉଡର – ୧/୪ ଚାମଚ

କସ୍ତୁରୀ ମେଥି ପାଉଡର – ୧/୪ ଚାମଚ

ତେଲ – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ଗ୍ୟାସରେ ଏକ ପାତ୍ରରେ ପାଣି ଗରମ କରନ୍ତୁ ଏବଂ ସେଥଚିରେ ଲୁଣ ଏବଂ ଆଳୁ ପକାଇ ସିଝାନ୍ତୁ। ସିଝି ଯିବା ପରେ ଗ୍ୟାସ ବନ୍ଦ କରନ୍ତୁ।

-ଏବେ ଆଳୁର ଚୋପା ଛଡାଇ କାଟି ଦିଅନ୍ତୁ। ଏବେ ତାହାକୁ ଏକ ଅଲଗା ପାତ୍ରରେ ବାହାର କରିସ ଦହି ମିଶାନ୍ତୁ।

-ଏବେ ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ଗରମ ମସଲା ଏବଂ କସ୍ତୁରୀ ମେଥୀ ପକାଇ ମିକ୍ସ କରନ୍ତୁ।

-କିଛି ସମୟ ପାଇଁ ଆଳୁକୁ ମ୍ୟରିନେଟ କରନ୍ତୁ।

-ଏବେ ଏକ ନନଷ୍ଟିକ ପ୍ୟାନ ନିଅନ୍ତୁ ଏବଂ ସେଥିରେ ଅଳ୍ପ ତେଲ ଗରମ କରନ୍ତୁ।

-ଗରମ ହେବ ପରେ ସେଥିରେ ମ୍ୟାରିନେଟ କରି ରଖିଥିବା ଆଳୁକୁ ପକାଇ ଫ୍ରାଏ କରନ୍ତୁ।

-ଫ୍ରାଏ କରିବା ଦ୍ୱାରା ଏହାକୁ ଏକ ପ୍ଲେଟରେ ରଖନ୍ତୁ ଏବଂ ଏହା ଉପରେ ଲେମ୍ବୁ ରସ ପକାନ୍ତୁ।

-ନିଜ ପସନ୍ଦର ଚଟଣି କିମ୍ବା ସସ ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.