Below header

ବିଗ୍‌ ବସ୍‌ ୧୩: ପିଲାବେଳେ ଭିକ ମାଗୁଥିଲେ ସିଦ୍ଧାର୍ଥ ଶୁକ୍ଳା!

ସିଦ୍ଧାର୍ଥ ଶୁକ୍ଳାଙ୍କୁ ‘ବିଗ୍‌ ବସ୍‌ ୧୩’ର ସବୁଠାରୁ ମଜଭୁତ୍‌ କଣ୍ଟେଷ୍ଟେଟ୍‌ ଭାବେ ଗଣାଯାଇଥାଏ। ସେ ବିଗ୍‌ ବସ୍‌ ହାଉସ୍‌ ଭିତରେ ଲଢ଼େଇ ଝଗଡ଼ା ବ୍ୟତୀତ ବାକି ସଦସ୍ୟଙ୍କ ସହିତ ମସ୍ତି କରୁଥିବାର ମଧ୍ୟ ଦେଖାଯାଇଥାଆନ୍ତି। ଏହାଛଡ଼ା ସିଦ୍ଧାର୍ଥ ଟାସ୍କଗୁଡ଼ିକୁ ପୂରା ଦାୟିତ୍ୱର ସହ ପୂରା କରିଥାଆନ୍ତି। ତାଙ୍କୁ ଦେଖିଲେ ଜଣାପଡ଼େ, ସେ ବହୁତ ରାଗି ଏବଂ ଜିଦିଆ।

si2

ଏବେ ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜ ପିଲାବେଳର କଥା କହୁଥିବାର ନଜର ଆସୁଛନ୍ତି। ଭିଡିଓରେ ସିଦ୍ଧାର୍ଥ କହୁଛନ୍ତି, ‘ମୁଁ ପିଲାବେଳୁ ହିଁ ବହୁତ ଜିଦିଆ। ଜିନିଷ କିଣିବା ପାଇଁ ମୁଁ ଦୋକାନ ଯାଉଥିଲି। ଯେତେବେଳେ ଜିନିଷ ମିଳୁ ନ ଥିଲା, ସେତେବେଳେ ଦୋକାନୀ ସାମ୍ନାରେ ଭିକ ମାଗୁଥିଲି। ଅଙ୍କଲ ଦିଅନ୍ତୁ ଦିଅନ୍ତୁ ବୋଲି କହୁଥିଲି’।

si7

ସେ ଆହୁରି କହିଥିଲେ ଯେ ‘ଯଦି ଦୋକାନୀ ଜିନିଷ ଦେଉ ନ ଥିଲା, ମୁଁ କାନ୍ଦିବାରେ ଲାଗୁଥିଲି। ଏହା ଦେଖି ଅନେକ ଥର ଦୋକାନୀ ମୋତେ ଜିନିଷ ଦେଇ ଦେଉଥିଲା। ମୋର ଏଭଳି ହରକତ ଯୋଗୁ ମମିଙ୍କଠାରୁ ବହୁତ ଗାଳି ଶୁଣିବାକୁ ପଡ଼ୁଥିଲା। ମମି ମୋତେ ସବୁବେଳେ କହୁଥିଲେ, ଏ ଇଜ୍ଜତ ପକାଉଛି। ଦୋକାନୀ ପଛରେ ପଡ଼ିଯାଉଛି’।

si9

କହି ରଖୁଛୁ, ବିଗ୍‌ ବସ୍‌ ୧୩ରେ ଚଳିତ ସପ୍ତାହ ଫ୍ୟାମିଲି ରାଉଣ୍ଡ ହେବ। ଘରର ସବୁ କଣ୍ଟେଷ୍ଟେଟଙ୍କୁ ଭେଟିବା ପାଇଁ ସେମାନଙ୍କ ପରିବାର ଲୋକ ପହଞ୍ଚୁଛନ୍ତି। ଏହାର ଏକ ପ୍ରୋମୋ ସାମ୍ନାକୁ ଆସିଛି। ଏଥିରେ ଦେଖାଯାଉଛି ଯେ ସିଦ୍ଧାର୍ଥଙ୍କ ମା’ ଘରେ ପ୍ରବେଶ କରୁଛନ୍ତି। ମା’ଙ୍କୁ ଦେଖି ସିଦ୍ଧାର୍ଥ ତାଙ୍କୁ କୁଣ୍ଢାଇ ପକାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.