ଗୁରୁ ଶିଷ୍ୟ ପରମ୍ପରାରେ ଆସିଲା ଆଉ ଏକ କଳଙ୍କ, କ୍ଲାସ୍‌ ରୁମ୍‌ ଭିତରେ କଲେଜ ଛାତ୍ରୀଙ୍କ କାନ କାମୁଡି ଦେଲେ ଅଧ୍ୟାପକ

ବେଗୁନିଆ (କେନ୍ୟୁଜ୍): ଗୁରୁ ଶିଷ୍ୟ ପରମ୍ପରାରେ ଆସିଲା ଆଉ ଏକ କଳଙ୍କିତ ଅଧ୍ୟାୟ। କଲେଜ ଛାତ୍ରୀଙ୍କୁ ଅସଦାଚରଣ ସହ ଅଧ୍ୟାପକ କାନ ଓ ଆଙ୍ଗୁଠି କାମୁଡି ଦେଇଥିବା ଅଭିଯୋଗ । ବେଗୁନିଆ କଣ୍ଟାବାଡ ରମାମଣି ମହାବିଦ୍ୟାଳୟରେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଘଟଣା ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଛି।

RM COLLEGE-2

ଅଭିଯୋଗ ଅନୁଯାୟୀ ଅଧ୍ୟାପକ ଜଣକ ଅନେକ ଦିନ ହେଲା କଲେଜ ଛାତ୍ରୀମାନଙ୍କୁ ଅସଦାଚାରଣ କରୁଥିଲେ। ଅଭିଯୋଗ କିମ୍ବା ପ୍ରତିବାଦ କଲେ ମାର୍କ କାଟିବାକୁ ଧମକ ଦେଉଥିଲେ। ଏନେଇ କଲେଜ ଅଧ୍ୟକ୍ଷା ସେହି ଅଧ୍ୟାପକକଙ୍କୁ କଲେଜ ନ ଆସିବାକୁ ତାଗିଦ କରିଥିଲେ। ହେଲେ ସଂପୃକ୍ତ ଅଧ୍ୟାପକ ଆଜି ପୁଣି କଲେଜ ଆସି କ୍ଲାସରୁମ୍‌ ଭିତରେ ଛାତ୍ରୀମାନଙ୍କୁ ଖରାପ ବ୍ୟବହାର କରିବା ସହ ଜଣେ ଛାତ୍ରୀଙ୍କ କାନ ଓ ଆଙ୍ଗୁଠିକୁ କାମୁଡି ଦେଇଥିଲେ। ଏଥିରେ ଛାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ଅଧ୍ୟାପକଙ୍କ ଗାଡି ଭାଙ୍ଗିବା ସହ ତାଙ୍କୁ ଚାବି ପକାଇ ରଖିଥିଲେ। ପୋଲିସ ଆସି ଅଧ୍ୟାପକଙ୍କୁ ଗିରଫ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.